ମର୍ଣ୍ଣିଂ ୱାକ ବେଳେ ଧକ୍କା ଦେଲା କାର, 3 ମୃତ
ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- ମର୍ଣ୍ଣିଂ ୱାକ ବେଳେ ଧକ୍କା ଦେଲା କାର। ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। କାର ଭିତରେ ଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ମହିଳା ହେଲେ ୫୩ବର୍ଷୀୟ ବିବିଲତା ସାହୁ ଏବଂ ୩୬ବର୍ଷୀୟ ରୋଜଳି
ମର୍ଣ୍ଣିଂ ୱାକ ବେଳେ ଧକ୍କା     ଦେଲା କାର, 3 ମୃତ


ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- ମର୍ଣ୍ଣିଂ ୱାକ

ବେଳେ ଧକ୍କା ଦେଲା କାର। ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। କାର ଭିତରେ ଥିବା

ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ମହିଳା ହେଲେ ୫୩ବର୍ଷୀୟ ବିବିଲତା

ସାହୁ ଏବଂ ୩୬ବର୍ଷୀୟ ରୋଜଳିନୀ ସାହୁ। ସବୁ ଦିନ ଭଳି ଆଜି ବି ସକାଳ ସମୟରେ ମର୍ଣ୍ଣିଂ ୱାକରେ

ବାହାରିଥିଲେ। ଉତ୍ତରା ଛକ ପାଖରେ ଏକ ଦୃତଗାମୀ କାର

ଉଭୟଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇଥିବା କିଆ ସେଲ୍ଟସ କାର ଭୁବନେଶ୍ଵରରୁ ପୁରୀ

ଆଡ଼କୁ ଯାଉଥିଲା। ତିନି ମୃତ ଶରୀର ଏବେ କ୍ୟାପିଟାଲ ହସ୍ପିଟାଲରେ ଅଛି। ପ୍ରତ୍ୟକ୍ଷଦର୍ଶୀଙ୍କ

କହିବା ଅନୁସାରେ ଗାଡ଼ି ଦେଢ଼ ଶହ ସ୍ପିଡରେ ଯାଉଥିଲା। ଦୁର୍ଘଟଣା ପରେ ଗାଡ଼ି ଏକ ଇଲେକ୍ଟ୍ରିକ ଖୁଣ୍ଟରେ ପିଟି ହେବା ସହ ଭାରସ୍ୟାମ ହରାଇ

ନିକଟରେ ଥିବା ଏକ ଖାଲୁଆ ସ୍ଥାନକୁ ଖସି ପଡ଼ିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande