
ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)କଟକ ଏସସିବି ମେଡିକାଲ କଲେଜ ଅଗ୍ନିକାଣ୍ଡ
ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ନବୀନ ପଟ୍ଟନାୟକ ଶୋକ
ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇବା ସହ ଗୁରୁତର ଆହତଙ୍କ ଆରୋଗ୍ୟ କାମନା ସହ ସର୍ବୋତମ
ଚିକିତ୍ସା ଦାବି କରିଛନ୍ତି। କଟକ ମେୟର ଓ ଟାଙ୍ଗୀ
ଚୌଦ୍ୱାର ବିଧାୟକଙ୍କୁ ଘଟଣା ସ୍ଥଳରେ ପହଂଚି ସହାୟତା ଯୋଗାଇବାକୁ ନିର୍ଦେଶ ଦେଇଛନ୍ତି ନବୀନ
ପଟ୍ଟନାୟକ। ଏହାସହ ଏସସିବି ମେଡିକାଲ ଯିବେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା