
ନୂଆଦିଲ୍ଲୀ, 16 ମାର୍ଚ୍ଚ (ହି.ସ.)- କଟକ ଏସସିବି ଅଗ୍ନିକାଣ୍ଡରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ
ମୁର୍ମୁ । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ରପତି କହିଛନ୍ତି ଓଡ଼ିଶାର କଟକରେ ଏକ ହସ୍ପିଟାଲରେ
ଦୁଃଖଦ ଅଗ୍ନିକାଣ୍ଡରେ ଘଟିଥିବା ଖବର ଶୁଣି ମୁଁ ଗଭୀର ଭାବେ ଦୁଃଖିତ ହୋଇଛି। ଶୋକାକୁଳ
ପରିବାରମାନଙ୍କ ପ୍ରତି ମୋର ହୃଦୟରୁ ସମବେଦନା। ଆହତ ହୋଇଥିବା ସମସ୍ତଙ୍କ ଶୀଘ୍ର ସୁସ୍ଥତା ପାଇଁ
ମୁଁ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା