
ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- ଭୋଟ୍ ଦେଲେ
ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଭୋଟ୍ ଦେବା ପରେ ବିଜେଡି ଉପରେ ପ୍ରବଳ ବର୍ଷିଲେ।କହିଲେ-ମୋତେ
କେହି ଭୋଟ୍ ଦେବାକୁ କହି ନାହାନ୍ତି। ବିଜେଡିର କିଏ ବି ମୋ ସହ ଯୋଗାଯୋଗ କରି ନାହାନ୍ତି। ବିଜେଡି
ଯେଉଁ ଚିଠି କରିଥିଲା ମୁଁ ପାଇ ନାହିଁ। ସସ୍ପେଣ୍ଡ୍ ଲୋକକୁ ହ୍ବିପ ଜାରି କରିବାର କୌଣସି ନିୟମ
ନାହିଁ।ବିଜେଡି ସସ୍ପେଣ୍ଡ କରିବା ସହ ବିଧାନସଭାରେ ଆସନ ବଦଳାଇଲା।କାଲି ପର୍ଯ୍ୟନ୍ତ ବିଜେଡିର
କିଏ ବି ମୋ ସହ ଯୋଗାଯୋଗ କରି ନାହାନ୍ତି ବୋଲି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା