
ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- କଟକ ଏସସିବିଅଗ୍ନିକାଣ୍ଡରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଶୋକ ପ୍ରକାଶ
କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପରାଷ୍ଟ୍ରପତି କହିଛନ୍ତି ଯେ, ଓଡ଼ିଶାର କଟକର ଏକ ହସ୍ପିଟାଲରେ ଘଟିଥିବା ଦୁଃଖଦ
ଅଗ୍ନିକାଣ୍ଡରେ ମୂଲ୍ୟବାନ ଜୀବନ ହାନି ଘଟିଥିବାରୁ ମୁଁ ଗଭୀର ଭାବେ ଦୁଃଖିତ। ଏହି ଦୁଃଖ ସମୟରେ ଶୋକାକୁଳ
ପରିବାରମାନଙ୍କ ପ୍ରତି ମୋର ହୃଦୟରୁ ସମବେଦନା। ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ମୁଁ
ପ୍ରାର୍ଥନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା