
ଭୁବନେଶ୍ୱର, 16 ମାର୍ଚ୍ଚ (ହି.ସ.)- ଏସସିବି ଅଗ୍ନିକାଣ୍ଡ
ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କଥା ହୋଇଛନ୍ତି ପିଏମ ମୋଦି । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, କଟକ ଏସସିବି ମେଡିକାଲ
କଲେଜରେ ଘଟିଥିବା ଅଭାବନୀୟ ଦୁର୍ଘଟଣା ସମ୍ପର୍କରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର
ମୋଦିଜୀ ମୋ ସହ ଟେଲିଫୋନ ଯୋଗେ କଥା ହୋଇ
ବିସ୍ତୃତ ଆଲୋଚନା କରିଛନ୍ତି । ସମସ୍ତ
ପ୍ରଭାବିତଙ୍କ ପାଇଁ ଗ୍ରହଣ କରାଯାଇଥିବା ଜରୁରୀକାଳୀନ ପଦକ୍ଷେପ, ସ୍ଥାନାନ୍ତର ପ୍ରକ୍ରିୟା ଏବଂ ସେମାନଙ୍କୁ ଯୋଗାଇ ଦିଆଯାଉଥିବା
ସ୍ୱତନ୍ତ୍ର ଚିକିତ୍ସା ସେବା ସମ୍ପର୍କରେ ମୁଁ ତାଙ୍କୁ ଅବଗତ କରାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା
ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରିଛି।
ଆଜି ସକାଳୁ ମୁଁ ନିଜେ
ଏସସିବି ଗସ୍ତ କରି ସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତଙ୍କୁ ସମସ୍ତ ପ୍ରକାରର ସରକାରୀ
ସହାୟତା ପ୍ରଦାନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ସମସ୍ତ ସମ୍ପୃକ୍ତ ବିଭାଗ ଓ ଟିମ୍
ପୂର୍ଣ୍ଣ ସମନ୍ୱୟର ସହ ନିରନ୍ତର କାର୍ଯ୍ୟ କରୁଛନ୍ତି। ଏହି ସମ୍ବେଦନଶୀଳ ସମୟରେ ମାନ୍ୟବର
ପ୍ରଧାନମନ୍ତ୍ରୀଙ୍କ ସହାନୁଭୂତିପୂର୍ଣ୍ଣ ଉଦ୍ବେଗ ଏବଂ ଆବଶ୍ୟକୀୟ ସହାୟତାର ପ୍ରତିଶ୍ରୁତି ପାଇଁ
ମୁଁ ତାଙ୍କ ନିକଟରେ କୃତଜ୍ଞ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା