
ନୂଆଦିଲ୍ଲୀ, ୨୨ ମାର୍ଚ୍ଚ (ହି.ସ.)- କର୍ଣ୍ଣାଟକରେ ଆଗାମୀ ବିଧାନସଭା ଉପନିର୍ବାଚନ ପାଇଁ ଦୁଇ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି କଂଗ୍ରେସ । ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରାର୍ଥୀଙ୍କ ନାମକୁ ଅନୁମୋଦନ କରିଛନ୍ତି ।
ଦଳର ସାଧାରଣ ସମ୍ପାଦକ କେସି ଭେନୁଗୋପାଳ କହିଛନ୍ତି ଯେ, ଦଳ ବାଗଲକୋଟ (୨୪) ବିଧାନସଭା ଆସନରୁ ଉମେଶ ମେଟିଙ୍କୁ ମନୋନୀତ କରିଛି । ସେହିପରି ସମର୍ଥ ମଲ୍ଲିକାର୍ଜୁନଙ୍କୁ ଦାବନଗେରେ ଦକ୍ଷିଣ (୧୦୭) ଆସନରୁ ମନୋନୀତ କରାଯାଇଛି । କର୍ଣ୍ଣାଟକର ଏହି ଦୁଇଟି ଆସନ ପାଇଁ ଉପନିର୍ବାଚନ ଅପ୍ରେଲ ୯ ତାରିଖରେ ଅନୁଷ୍ଠିତ ହେବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ