ମଣିପୁର : ୟୁଏନଏଲଏଫ(କୋଇରେଂଗ)ର ୧୪ ଜଣ କ୍ୟାଡ଼ର ଗିରଫ : ଅସ୍ତ୍ରଶସ୍ତ୍ର ଓ ନଗଦ ଟଙ୍କା ଜବତ
ଇମ୍ଫାଲ, ୨୩ ମାର୍ଚ୍ଚ (ହି.ସ.)- ମଣିପୁର ପୋଲିସ ଥୌବଲ ଜିଲ୍ଲାର ନୋଙ୍ଗପୋକ ସେକମାଇ ଥାନା ଅନ୍ତର୍ଗତ ହାଓଖୋଙ୍ଗ ଅଂଚଳରେ ଏକ ଅଭିଯାନ ସମୟରେ ପ୍ରତିବନ୍ଧିତ ୟୁନାଇଟେଡ ନେଶନାଲ ଲିବରେଶନ ଫ୍ରଂଟ (ୟୁଏନଏଲଏଫ-କୋଇରେଂଗ) ସହିତ ଜଡ଼ିତ ୧୪ ଜଣ କ୍ୟାଡରଙ୍କୁ ଗିରଫ କରିଛି । ସୋମବାର ମଣିପୁର ପୋଲିସ ମୁଖ୍ୟ
ମଣିପୁର : ୟୁଏନଏଲଏଫ(କୋଇରେଂଗ)ର ୧୪ ଜଣ କ୍ୟାଡ଼ର ଗିରଫ : ଅସ୍ତ୍ରଶସ୍ତ୍ର ଓ ନଗଦ ଟଙ୍କା ଜବତ


ଇମ୍ଫାଲ, ୨୩ ମାର୍ଚ୍ଚ (ହି.ସ.)- ମଣିପୁର ପୋଲିସ ଥୌବଲ ଜିଲ୍ଲାର ନୋଙ୍ଗପୋକ ସେକମାଇ ଥାନା ଅନ୍ତର୍ଗତ ହାଓଖୋଙ୍ଗ ଅଂଚଳରେ ଏକ ଅଭିଯାନ ସମୟରେ ପ୍ରତିବନ୍ଧିତ ୟୁନାଇଟେଡ ନେଶନାଲ ଲିବରେଶନ ଫ୍ରଂଟ (ୟୁଏନଏଲଏଫ-କୋଇରେଂଗ) ସହିତ ଜଡ଼ିତ ୧୪ ଜଣ କ୍ୟାଡରଙ୍କୁ ଗିରଫ କରିଛି ।

ସୋମବାର ମଣିପୁର ପୋଲିସ ମୁଖ୍ୟାଳୟ ସୂଚନା ଦେଇଛି ଯେ, ରବିବାର ଗିରଫ ହୋଇଥିବା କ୍ୟାଡରମାନେ ଇମ୍ଫାଲ ପଶ୍ଚିମର ଖୁଂବୋଂଗ ମାଖା ଲିକାଇର ଲେଇକାଇର ନାମିରାକପମ୍ କୋଣ୍ଡୁମ୍ ମୈତେଇ ଓରଫ ଲହ୍ନେଇବା (୪୬), ବିଷ୍ଣୁପୁରର ଚେୟରନ୍ ଲିଂଗାଂଗତାବିର ସୋରୋଖୈବମ ରୋସେଶ ଓରଫ କାଂଗଲେଇପୁବା ଓରଫ କିଲୋ -ଆଇ (୪୩), ବାମାଓନ ଲିକାଇ ମାଂଗେ ମଖୋଂଗ, ଇମ୍ଫାଲ୍ ପୂର୍ବର ତାଖେଲଚାଙ୍ଗବମ୍ ରାଜେନ୍ଦ୍ରୋ ଶର୍ମା ଛଦ୍ମନାମ ଖାବା (୫୯), ଖୁରାଇ ଚିଂଙ୍ଗବମ ଲିକାଇ, ଇମ୍ଫାଲ୍ ପୂର୍ବର ୟେଲମ ରତନ ସିଂ ଓରଫ ଖମ୍ବା (୫୪); ବିଷ୍ଣୁପୁରର କୁମ୍ବି ହାଓଟକ୍ ର ଅହନଥେମ୍ ରତନ ମୈତେଇ ଓରଫ ଶିରୋଇ (୩୦), ଖୁରଇ ଥୋଙ୍ଗମ୍ ଲିକାଇ, ଇମ୍ଫାଲ୍ ପୂର୍ବର ସୋୟାମ୍ ସଞ୍ଜୀବ (୪୨), କୋଡୋମପୋକପି ମମଂଗ ଲିକାଇ, ଇମ୍ଫାଲ ପଶ୍ଚିମର ତୋଇଜମ୍ କରଜିତ ସିଂ (୨୦), ନାଗାମୁଖଙ୍ଗ ଥୌବଲର ପୁଖ୍ରିହୋଙ୍ଗବାମ ନୋଂଗସାବା ମୈତେଇ ଓରଫ ଲାଇଦାବା (୧୮), ତାଓବୁଂଗଖୋକ ଅବାଂଗ ଲିକାଇ, ଇମ୍ଫାଲ ପଶ୍ଚିମର କଂଧୁଜମ ମାଇସନ ମୌତେଇ(୧୭), ନ୍ୟୁ କିଥେଲମନବି ଅବାଂଗ ଲିକାଇ, ଇମ୍ଫାଲ ପଶ୍ଚିମର ଥୌଦାମ ମୁନା ମୈତେଇ ଓରଫ ଇନାଓ(୧୯), ଖୁରଇ କୋନସମ ଲିକାଇ, ଇମ୍ଫାଲ ପୂର୍ବର କୋନସମ ବେବେଟୋ ମୌତେଇ (୨୮), କୁମ୍ବି ହାଓଟକ୍ ବିଷ୍ଣୁପୁରର ୱେହେଙ୍ଗବାମ୍ ସନ୍ତୋଷ ମୌତେଇ (୧୯), କୋଡୋମପୋକପି ମମାଂଗ ଲିକାଇ, ଇମ୍ଫାଲ ପଶ୍ଚିମର କ୍ଷେତ୍ରିମାୟୁମ ଡିକ୍ସନ ସିଂହ (୧୯) ଏବଂ ଇମ୍ଫାଲ୍ ପୂର୍ବର ତାଖେଲ ମମାଂଗ ଲିକାଇର ଚିଂଗଖମ ରୋମେଶ ସିଂହ ଓରଫ ୟାଇଫାବା (୩୦) ବୋଲି ଚିହ୍ନଟ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande