ତାମିଲନାଡୁ ବିଜେପି ପ୍ରଭାରୀ ତଥା କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଚେନ୍ନାଇରେ ପହଂଚିଲେ
ଚେନ୍ନାଇ, ୨୩ ମାର୍ଚ୍ଚ (ହି.ସ.)- ତାମିଲନାଡୁ ବିଜେପି ପ୍ରଭାରୀ ତଥା କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଚେନ୍ନାଇରେ ପହଂଚିଛନ୍ତି । ତାମିଲନାଡୁରେ ଅପ୍ରେଲ ୨୩ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ସହଯୋଗୀଙ୍କ ସହ ଆସନ ବୁଝାମଣା ନେଇ ଆଲୋଚନାରେ ଲାଗିଛନ୍ତି ।
ତାମିଲନାଡୁ ବିଜେପି ପ୍ରଭାରୀ ତଥା କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଚେନ୍ନାଇରେ ପହଂଚିଲେ


ଚେନ୍ନାଇ, ୨୩ ମାର୍ଚ୍ଚ (ହି.ସ.)- ତାମିଲନାଡୁ ବିଜେପି ପ୍ରଭାରୀ ତଥା କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଚେନ୍ନାଇରେ ପହଂଚିଛନ୍ତି । ତାମିଲନାଡୁରେ ଅପ୍ରେଲ ୨୩ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ସହଯୋଗୀଙ୍କ ସହ ଆସନ ବୁଝାମଣା ନେଇ ଆଲୋଚନାରେ ଲାଗିଛନ୍ତି । ଆସନ ବୁଝାମଣା ନେଇ ଆଲୋଚନା ଶେଷ ପର୍ଯ୍ୟାୟରେ ପହଂଚିଛି, ଆଜି ସନ୍ଧ୍ୟାରେ ଅଖିଳ ଭାରତୀୟ ଅନ୍ନା ଦ୍ରାବିଡ଼ ମୁନେତ୍ର କଡ଼ଗମ୍ (ଏଆଇଏଡିଏମକେ) ଏବଂ ଭାରତୀୟ ଜନତା ପାର୍ଟି(ବିଜେପି) ଶେଷ ପର୍ଯ୍ୟାୟ କଥାବାର୍ତା ପାଇଁ ସ୍ଥିର ହୋଇଛି ।

ପୀୟୁଷ ଗୋୟଲ ସକାଳ ପ୍ରାୟ ୧୦ଟାରେ ଚେନ୍ନାଇରେ ପହଂଚିଥିଲେ । ଚେନ୍ନାଇ ବିମାନବନ୍ଦରରେ ଏଲ୍. ମୁରୁଗାନ୍ ଏବଂ ନୟିନାର ନାଗେନ୍ଦ୍ରନ୍ ସମେତ ଦଳୀୟ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ । ବିମାନବନ୍ଦରରେ ଗଣମାଧ୍ୟମ ସହିତ କଥାବାର୍ତା ବେଳେ ପୀୟୁଷ ଗୋୟଲ କହିଛନ୍ତି ଯେ, ଦ୍ରାବିଡ଼ ମୁନେତ୍ର କଡ଼ଗମ୍ - ଭାରତୀୟ ଜାତୀୟ କଂଗ୍ରେସ ମେଂଟ ପ୍ରତି ଜନସାଧାରଣ ନିରାଶ ଏବଂ ଅସନ୍ତୁଷ୍ଟ ରହିଛନ୍ତି ।

ସେ କହିଛନ୍ତି ଯେ, ତାମିଲନାଡୁ ପରିବର୍ତନ ପାଇଁ ପ୍ରସ୍ତୁତ । ଡିଏମକେ ମେଂଟ ଉପରେ ଦୁର୍ନୀତିର ଅଭିଯୋଗ ଆଣି ଗୋୟଲ କହିଛନ୍ତି ଯେ, ଦଳକୁ ପରାସ୍ତ କରିବା ପାଇଁ ଏଆଇଏଡିଏମକେ ନେତୃତ୍ୱରେ ମେଂଟ ଗଠନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande