
ନୂଆଦିଲ୍ଲୀ, 22 ମାର୍ଚ୍ଚ
(ହି.ସ.) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିହାର ଦିବସ ଅବସରରେ ଦେଶ- ବିଦେଶରେ ବସବାସ କରୁଥିବା
ବିହାରବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଦେଶ-ବିଦେଶରେ ବସବାସ କରୁଥିବା ବିହାରର ସମସ୍ତ
ଲୋକଙ୍କୁ ବିହାର ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ବିଶ୍ୱର ପ୍ରଥମ ଗଣତନ୍ତ୍ର ହେବା ସହିତ, ଗୌରବଶାଳୀ
ସାମ୍ରାଜ୍ୟ ଏବଂ ମହାନ ସାଂସ୍କୃତିକ-ଆଧ୍ୟାତ୍ମିକ
ଧାରା ଗୁଡିକୁ ଜନ୍ମ ଦେଇଥିବା ଏହି ମାଟି ବିଭିନ୍ନ କ୍ଷେତ୍ରରେ ଅବଦାନ ଦେଇ, ଭାରତ ଭୂମିକୁ ସଦା ସର୍ବଦା ସମୃଦ୍ଧ କରିଛି। , ରାଜ୍ୟର
ନିବାସୀମାନେ ନିଜର ଅସୀମ ପ୍ରତିଭା ଓ ପରିଶ୍ରମ ଦ୍ୱାରା ବିହାର ଏବଂ ସମସ୍ତ ଦେଶର ବିକାଶରେ
ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ମୋର ଦୃଢ ବିଶ୍ୱାସ । ମୁଁ ରାଜ୍ୟର ସମସ୍ତ
ନିବାସୀଙ୍କର ସୁବର୍ଣ୍ଣଭବିଷ୍ୟତ ପାଇଁ ମଙ୍ଗଳକାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା