ପ୍ରଧାନମନ୍ତ୍ରୀଙ୍କ ଜୀବନ “ସେବା ହି ସମର୍ପଣ”ର ଜୀବନ୍ତ ଉଦାହରଣ- ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଲଗାତାର 8,931 ଦିନ ସରକାରର ମୁଖ୍ୟ ଭାବେ ସେବା ଦେଇ ଏକ ନୂତନ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି । ଯାହାକୁ ପ୍ରଧାନମନ୍ତ୍ରୀଙ୍କ ଜୀବନ “ସେବା ହି ସମର୍ପଣ”ର ଜୀବନ୍ତ ଉଦାହରଣ ବୋଲି କହିଛନ୍ତି
ପିଏମ


ଭୁବନେଶ୍ୱର, 22 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଲଗାତାର

8,931 ଦିନ ସରକାରର ମୁଖ୍ୟ ଭାବେ ସେବା ଦେଇ ଏକ ନୂତନ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ।

ଯାହାକୁ ପ୍ରଧାନମନ୍ତ୍ରୀଙ୍କ ଜୀବନ “ସେବା ହି ସମର୍ପଣ”ର ଜୀବନ୍ତ ଉଦାହରଣ ବୋଲି କହିଛନ୍ତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱର

ସର୍ବାଧିକ ଲୋକପ୍ରିୟ ଜନନେତା,

ରାଷ୍ଟ୍ରର ଯଶସ୍ୱୀ

ନେତୃତ୍ୱକାରୀ ଏବଂ ପ୍ରଧାନସେବକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ସେବା, ସମର୍ପଣ ଏବଂ ଅତୁଟ

ସଂକଳ୍ପର ଏକ ଅଦ୍ୱିତୀୟ ଉଦାହରଣ ସ୍ଥାପନ କରିଛନ୍ତି। 8,931 ଦିନ ଧରି ଲଗାତାର ଜନସେବାରେ ନିୟୋଜିତ ରହି ସେ ଭାରତର ସବୁଠାରୁ

ଦୀର୍ଘ ସମୟ ପର୍ଯ୍ୟନ୍ତ ସେବା ଦେଇଥିବା ଶାସନମୁଖ୍ୟ ହୋଇଛନ୍ତି।

ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଆରମ୍ଭ ହୋଇଥିବା ଏହି ସେବା ଯାତ୍ରା, ଏବେ

ପ୍ରଧାନମନ୍ତ୍ରୀ ଭାବେ ସମଗ୍ର ଦେଶରେ ଗରିବ ଏବଂ ଆବଶ୍ୟକୀୟ ଲୋକଙ୍କର ଅଧିକାର ସୁନିଶ୍ଚିତ

କରିବା, ବିକାଶର ନୂତନ

କୀର୍ତ୍ତିମାନ ସ୍ଥାପନ କରିବା ଏବଂ ବିଶ୍ୱ ମଞ୍ଚରେ ଭାରତର ଗୌରବମୟ ପ୍ରତିଷ୍ଠା ବଢ଼ାଇବା

ପର୍ଯ୍ୟନ୍ତ ନିରନ୍ତର ଜାରି ରହିଛି।

ପ୍ରଧାନମନ୍ତ୍ରୀ ଜୀଙ୍କ ଜୀବନ “ସେବା ହି ସମର୍ପଣ”ର ଜୀବନ୍ତ ଉଦାହରଣ।

24 ବର୍ଷରୁ ଅଧିକ ସମୟ

ଧରି ନିସ୍ୱାର୍ଥ ସେବା, ରାଷ୍ଟ୍ର ଏବଂ

ନାଗରିକମାନଙ୍କ ପ୍ରତି ଅଟୁଟ ପ୍ରେମ ଓ କର୍ମଠ ସଂକଳ୍ପ ତାଙ୍କର ନେତୃତ୍ୱର ପରିଚୟ। ତାଙ୍କ

ଶାସନକାଳରେ ଦେଶ ଜାତୀୟ ଗୌରବର ନୂତନ ଆୟାମ ସ୍ଥାପନ କରି “ବିକଶିତ ଭାରତ 2047” ଦିଗରେ ଦ୍ରୁତଗତିରେ

ଆଗକୁ ବଢ଼ୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande