
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ରାଜ୍ୟରେ ଅଛନ୍ତି 15 ମାଓବାଦୀ । କନ୍ଧମାଳ -କଳାହାଣ୍ଡି -ରାୟଗଡା ଜିଲ୍ଲା
ସୀମାବର୍ତ୍ତୀ ଅଳ୍ପ କିଛି ଅଞ୍ଚଳରେ ଅଛନ୍ତି 15 ମାଓବାଦୀ । ରାଜ୍ୟରେ ଅନ୍ୟ କୌଣସି ସ୍ଥାନରେ
ମାଓବାଦୀ ଉପସ୍ଥିତ ନାହାନ୍ତି । ଗତ ଦୁଇ ବର୍ଷରେ 2026 ମାର୍ଚ୍ଚ 15 ତାରିଖ ସୁଦ୍ଧା ରାଜ୍ୟରେ 96
ଜଣ ମାଓବାଦୀ /ମଲିସିଆ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲାକୁ ମାଓବାଦୀ ପ୍ରଭାବିତ
ଜିଲ୍ଲା ଭାବରେ ବିବେଚିତ କରାଯାଉଛି । 8 ଟି ଜିଲ୍ଲା ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଏବଂ ରାୟଗଡା ଜିଲ୍ଲା
ଗୁଡିକୁ ଲିଗାସୀ ଆଣ୍ଡ ଥ୍ରଷ୍ଟଜିଲ୍ଲା ଭାବରେ ବିବେଚନା କରାଯାଉଛି । 2026 ମସିହା ମାର୍ଚ୍ଚ
31 ସୁଦ୍ଧା ଓଡ଼ିଶା ହେବ ସମ୍ପୂର୍ଣ୍ଣ ମାଓବାଦୀ ମୁକ୍ତ ରାଜ୍ୟ । ଏନେଇ ଗୃହରେ ମୁଖ୍ୟମନ୍ତ୍ରୀ ଲିଖିତ
ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା