
କନ୍ଧମାଳ, ୨୩ ମାର୍ଚ୍ଚ (ହି.ସ.)- କନ୍ଧମାଳ ଜିଲ୍ଲାକୁ ମାଓ ମୁକ୍ତ ଘୋଷଣାକୁ ରହିଲା ଆଉ ମାତ୍ର ଏକ ସପ୍ତାହ, ଏହିଭଳି ସ୍ଥିତିରେ ଏକ ବିଚିତ୍ର ସ୍ଥିତି ଦେଇ ଗତି କରୁଛନ୍ତି ଉଭୟ ପୋଲିସ୍ ଏବଂ ଅବଶିଷ୍ଟ ଥିବା ମାଓବାଦୀମାନେ। ଆସନ୍ତା ଏକ ସପ୍ତାହ ଜିଲ୍ଲା ତଥା ରାଜ୍ୟ ପୋଲିସ୍ ପାଇଁ ଏକ ବଡ ଚ୍ଯାଲେଞ୍ଜ ରହିଛି। ତେଣୁ ଗତ ୧୯ ତାରିଖ ଠାରୁ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ହୋଇ, କନ୍ଧମାଳ ଏବଂ ଏହାର ସୀମାନ୍ତ ଜିଲ୍ଲା ରାୟଗଡ଼ା ଓ କଳାହାଣ୍ଡିର ସୀମାକୁ ଘେରି ରହିଛନ୍ତି ୬୦ ରୁ ୭୦ଟି ଏସ୍ଓଜି ଟିମ୍ ସମେତ, ସିଆରପିଏଫ୍ ଏବଂ ଜିଲ୍ଲା ପୋଲିସର ଜବାନ । କନ୍ଧମାଳ ଜିଲ୍ଲାରେ ସ୍ବତନ୍ତ୍ର ଜୋନାଲ କମିଟି ମେମ୍ବର ମାଓ ନେତା ଶୁକ୍ରୁ ର ନେତୃତ୍ବରେ ଡିଭିଜନାଲ କମିଟି ମେମ୍ବର ଶୀଲା ସମେତ ରଞ୍ଜିତା, ମଣ୍ଟୁ,, ସନ୍ତୋଷ, ସନ୍ଧ୍ୟା ଓ ସୁଷମା ସମେତ ଆଉ ୪ ଜଣ ପାର୍ଟି ମେମ୍ବରଙ୍କ ମିଶାଇ ସମୁଦାୟ ୧୧ ଜଣଙ୍କ ପୋଷ୍ଟର ଜାରି କରିଛି କନ୍ଧମାଳ ଜିଲ୍ଲା ପୋଲିସ। ବର୍ତ୍ତମାନ ମାଓବାଦୀ ମାନଙ୍କ ନିକଟରେ ଆତ୍ମସମର୍ପଣ ବ୍ଯତୀତ ଅନ୍ୟ କୌଣସି ରାସ୍ତା ନାହିଁ। ଆତ୍ମସର୍ମପଣ କଲେ ନିଜ ନିଜ ପାଇଁ ଘୋଷଣା କରାଯାଇଥିବା ପୁରସ୍କାର ରାଶି ପାଇବା ସହିତ ଜୀବନ ଧାରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା, ସମସ୍ତ ମାଓ ଥଇଥାନ ଯୋଜନାର ସମସ୍ତ ଲାଭ, ନଚେତ୍ ମୃତ୍ୟୁ ସୁନିଶ୍ଚିତ।
ଆନ୍ଯପକ୍ଷରେ ପୋଲିସ୍ ପାଇଁ ଆଉ ମାତ୍ର ଏକ ସପ୍ତାହ, ଏହା ଭିତରେ କନ୍ଧମାଳ ଜିଲ୍ଲାକୁ ସମ୍ପୁର୍ଣ୍ଣ ମାଓ ମୁକ୍ତ କରିବା। ଏହି ଚ୍ଯାଲେଞ୍ଜକୁ ଗୁରୁତର ଭାବରେ ନେଇ ପୁରା ଦମରେ କୁମ୍ବିଂ ଅପରେସନରେ ଅଛନ୍ତି ଜବାନ ମାନେ । ପରିସ୍ଥିତି ବର୍ତମାନ୍ ଉଭୟ ପୋଲିସ୍ ଓ ମାଓବାଦୀଙ୍କ ପାଇଁ ନିର୍ଣ୍ଣାୟକ । ଏହା ମଧ୍ୟରେ ଛାନଭିନ୍ କରି ମାଓ ଡମ୍ପିଂ ଏବଂ ବନ୍ଧୁକ ତିଆରି ଯନ୍ତ୍ରପାତି ଜବତ କରିଛି ପୁଲିସ। ତେଣୁ ଅବଶିଷ୍ଟ ମାଓବାଦୀ ଜବାନ୍ ମାନଙ୍କ ହାତପାଆନ୍ତାରେ କହିଲେ ଚଳେ ତେଣୁ ସେମାନଙ୍କୁ ଏନକାଉଣ୍ଟର କରିବା ସମୟ ପୋଲିସ୍ ଜବାନ୍ ମାନଙ୍କ ପାଇଁ ନିକଟତର ହେଉଛି। ଏହି ଅବସରରେ ଅବଶିଷ୍ଟ ମାଓବାଦୀ ମାନେ ଆତ୍ମ ସମର୍ପଣ କରି ନିଜକୁ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ କନ୍ଧମାଳ ଏସପି ଶ୍ରୀ ହରିଶ ବିଶି ଆହ୍ବାନ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ