
ଭଦ୍ରକ, ୨୩ ମାର୍ଚ୍ଚ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅର୍ଜୁନପୁର ପଂଚାୟତ ସ୍ଥିତ ପ୍ରସିଦ୍ଧ ବାସୁଦେବ ପୀଠ ପରିସରରେ ‘ସତ୍ୟ ନାରାୟଣ ନାଟ୍ୟ ସଂସଦ’ ଆନୁକୂଲ୍ୟରେ ମୁକ୍ତ ମଂଚ ଯାତ୍ରା ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଗ୍ରାମାଂଚଳରେ ଲୁକ୍କାୟିତ କଳା ଓ ସଂସ୍କୃତିର ପ୍ରସାର ପାଇଁ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ବେଶ୍ ଉତ୍ସାହ ସୃଷ୍ଟି କରିଛି। ସମାଜସେବୀ ଅକ୍ଷୟ ନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ସଭାରେ ଅତିଥି ଭାବେ ସରପଂଚ ପ୍ରତିନିଧି ଉମେଶ ମହାନ୍ତି ଏବଂ ହସନାବାଦ ପଂଚାୟତ ସରପଂଚ ଅଜୟ ମଲିକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, ଲକ୍ଷ୍ମୀଧର ମାଝି, ସନ୍ତୋଷ ରାୟ, ନିରଂଜନ ପଣ୍ଡା, କ୍ଷେତ୍ରବାସୀ ବାରିକ ଓ ତପନ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ସଭା ପ୍ରାରମ୍ଭରେ ବିରେନ୍ଦ୍ର ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଲୋକ ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ନିତ୍ୟାନନ୍ଦ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପ୍ରତିଯୋଗିତାରେ ମୋଟ ତିନୋଟି ଯାତ୍ରା ଅନୁଷ୍ଠାନ ଅଂଶଗ୍ରହଣ କରି ନିଜ ନିଜର ଶ୍ରେଷ୍ଠ କଳା ପ୍ରଦର୍ଶନ କରିବେ। ବିଭିନ୍ନ ଅଂଚଳରୁ ଯାତ୍ରା ପ୍ରେମୀ ଦର୍ଶକ ଏହି ଅଭିନୟକୁ ମନଭରି ଉପଭୋଗ କରିଥିଲେ। ଗ୍ରାମାଂଚଳରେ ଏଭଳି ପାରମ୍ପରିକ ମୁକ୍ତ ମଂଚ ନାଟକର ଆୟୋଜନ କଳା ଜଗତ ପାଇଁ ଏକ ଶୁଭ ସଙ୍କେତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।ବିଦ୍ୟାଧର ମାଝି,ସନ୍ତୋଷ ନାୟକ,ଜଗନ୍ନାଥ ବେହେରା,ବିବେକାନନ୍ଦ ନାୟକ, ଅଜୟ ମହାଳିକ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ,ପ୍ରଥମ ରଜନୀ ରେ ଶୋଧ ସ୍ଥିତ ଗଜଲକ୍ଷ୍ମୀ କଳା ପରିଷଦ ନାଟ୍ୟ ପରିବେଷଣ କରିଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ