ବାଇକ୍ - ବୋଲେରୋ ଧକ୍କା : ୨ ମୃତ
ଜୟପୁର, ୨୩ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଥୋଡରିପୁଟ ନିକଟରେ ବାଇକକୁ ଧକ୍କା ଦେଇଛି ଏକ ବୋଲେରୋ । ଦୁର୍ଘଟଣ।ରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଜୟପୁର ସହର ଗୋଡିଆ ଧୋବା ସାହିର ଲାଲୁ ଖରା (୨୫) ଏବଂ ରୁଷିଆ କୋଲନିର ପିତୁ ଜାନୀ (୪୪)। ପୋଲିସ
ବାଇକ ସହ ବୋଲେରୋ ଧକ୍କା , ୨ ମୃତ


ଜୟପୁର, ୨୩ ମାର୍ଚ୍ଚ (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଥୋଡରିପୁଟ ନିକଟରେ ବାଇକକୁ ଧକ୍କା ଦେଇଛି ଏକ ବୋଲେରୋ । ଦୁର୍ଘଟଣ।ରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଜୟପୁର ସହର ଗୋଡିଆ ଧୋବା ସାହିର ଲାଲୁ ଖରା (୨୫) ଏବଂ ରୁଷିଆ କୋଲନିର ପିତୁ ଜାନୀ (୪୪)। ପୋଲିସର ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରରେ ବୋଲେରୋଟି ବୈପାରିଗୁଡା ଅଭିମୁଖେ ଯାଉଥିବା ବେଳେ ବାଇକଟି ଜୟପୁର ଅଭିମୁଖେ ଆସୁଥିବା ସମୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ୨ ଜଣ ଗୁରୁତର ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପରେ ସମ୍ପର୍କୀୟମାନେ ଥାନାରେ ପହଞ୍ଚି କ୍ଷତିପୁରଣ ଦାବି କରିଥିଲେ । ଏମିତିକିି ଜୟପୁର ସଦର ଥାନା ସମ୍ମୁଖରେ ଚାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ଯୋଗୁଁ ଶହ ଶହ ସଂଖ୍ୟାରେ ଗାଡି ଉଭୟ ପଟେ ଅଟକି ରହିଥିଲା । ଫଳରେ ସଦର ଥାନା ଅଧିକାରି ରାମଶାଦ କେବି ଓ ଇନସପେକ୍ଟର ସଚିନ୍ଦ୍ର ପ୍ରଧାନ ପହଞ୍ଚି ବୁଝା ସୁଝା କରିଥିଲେ । ବୋଲେରୋ ମାଲିକ ୨ ଲକ୍ଷ ଟଙ୍କା ଓ ରେଡକ୍ରସ ଫାଣ୍ଠିରୁ ୨୦ ହଜାର ଦେବାକୁ ପ୍ରତଶ୍ରୁତି ଦେବାରୁ ରାସ୍ତା ରୋକରୁ ହଟିଥିଲେ । ପରେ ମୃତ ୨ ଜଣଙ୍କର ଶବକୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି l ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande