ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡା ସଂସଦର ବାର୍ଷିକ ଉତ୍ସବ-୨୦୨୬ ର ଶୁଭାରମ୍ଭ
୨୪ ଓ ୨୫ ତାରିଖ ଦୁଇ ଦିନ ଧରି ପରିବେଷିତ ହେବ ନାଟକ “ସକାଳର ଅପେକ୍ଷାରେ” ଭୁବନେଶ୍ୱର , 23 ମାର୍ଚ୍ଚ (ହି.ସ.) ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡା ସଂସଦର ବାର
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡା ସଂସଦର ବାର୍ଷିକ ଉତ୍ସବ-୨୦୨୬ ର ଶୁଭାରମ୍ଭ


୨୪ ଓ ୨୫ ତାରିଖ ଦୁଇ ଦିନ ଧରି ପରିବେଷିତ ହେବ ନାଟକ “ସକାଳର ଅପେକ୍ଷାରେ”

ଭୁବନେଶ୍ୱର , 23 ମାର୍ଚ୍ଚ (ହି.ସ.) ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡା ସଂସଦର ବାର୍ଷିକ ଉତ୍ସବ-୨୦୨୬ ଆଜିଠାରୁ ଆରମ୍ଭ ହୋଇଛି । ମାର୍ଚ୍ଚ ୨୩ ରୁ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଉଦ୍ଘାଟନୀ ସଂଧ୍ୟାରେ ସଂସଦ ତରଫରୁ ବିଭିନ୍ନ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାର୍ଚ୍ଚ ୨୪ ଓ ମାର୍ଚ୍ଚ ୨୫ ତାରିଖ ସଂଧ୍ୟାରେ ଦୁଇ ଦିନ ଧରି ସଂସଦ ଆନୁକୂଲ୍ୟରେ ସାମାଜିକ ନାଟକ “ସକାଳର ଅପେକ୍ଷାରେ” ପରିବେଷଣ କରାଯିବ । ୨୪ ତାରିଖ ସଂଧ୍ୟାରେ ବିଶିଷ୍ଟ ଅତିଥିମାନେ ଯୋଗଦେଇ ସଂସଦ ତରଫରୁ ପ୍ରକାଶିତ ବାର୍ଷିକ ସ୍ମରଣିକା “ସତୀର୍ଥ” ଉନ୍ମୋଚନ କରିବା ସହ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବେ ଏବଂ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ତିନି ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଂପର୍କରେ ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀ ଅମୀୟ କୁମାର ଦାସ ଓ ସାଧାରଣ ସଂପାଦକ ଶ୍ରୀ ନଳିନୀକାନ୍ତ ଶର୍ମା ଜଣାଇଛନ୍ତି ।

-------

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande