ନାବାଳିକା ଛାତ୍ରୀଙ୍କୁ ହତ୍ୟା ଘଟଣା : କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ, ଅଭିଯୁକ୍ତ କୋର୍ଟଚାଲାଣ
ବାରିପଦା, ୨୩ ମାର୍ଚ୍ଚ (ହି.ସ.)- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଂଚଳର ବଣ ସାହି ୱାର୍ଡ ନମ୍ବର ୧୫ ରଞ୍ଜନ କୁମାର ବିନ୍ଧାଣିଙ୍କ ନାବାଳିକା ଝିଅ ତଥା ଛାତ୍ରୀ ହତ୍ୟା ଘଟଣାର ୨୪ ଘଂଟା ମଧ୍ୟରେ ଅଭିଯୁକ୍ତ ଟିୟୁସନ ମାଷ୍ଟରକୁ ପୁଲିସ ଗିରଫ କରିବା ସହିତ ଆଜି ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସ
ନାବାଳିକା ଛାତ୍ରୀଙ୍କୁ ହତ୍ୟା ଘଟଣା :  କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୋଲିସ, ଅଭିଯୁକ୍ତ କୋର୍ଟଚାଲାଣ


ବାରିପଦା, ୨୩ ମାର୍ଚ୍ଚ (ହି.ସ.)- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଂଚଳର ବଣ ସାହି ୱାର୍ଡ ନମ୍ବର ୧୫ ରଞ୍ଜନ କୁମାର ବିନ୍ଧାଣିଙ୍କ ନାବାଳିକା ଝିଅ ତଥା ଛାତ୍ରୀ ହତ୍ୟା ଘଟଣାର ୨୪ ଘଂଟା ମଧ୍ୟରେ ଅଭିଯୁକ୍ତ ଟିୟୁସନ ମାଷ୍ଟରକୁ ପୁଲିସ ଗିରଫ କରିବା ସହିତ ଆଜି ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଇଛି । ପରେ ତାକୁ କୋର୍ଟଚାଲାଣ କରାଯାଇଛି ।

ଅଭିଯୁକ୍ତ ତ୍ରିଲୋଚନ ମହାକୁଡ଼ ବି. ଇ. ଓ. ଅଫିସରେ କାର୍ଯ୍ୟ କରୁଥିଲା ଓ ଛାତ୍ରଛାତ୍ରୀଙ୍କୁ ଟିଉସନ ମଧ୍ୟ କରୁଥିଲା । ଗତ ୨୦୨୨ ମସିହା ଠାରୁ ହତ୍ୟାକାରୀ ତ୍ରିଲୋଚନ ମହାକୁଡ଼ ଉକ୍ତ ଛାତ୍ରୀ ମାନସୀ ବିନ୍ଧାଣିଙ୍କୁ ଟିଉସନ କରୁଥିଲେ । ସେହି ସମୟରୁ ତ୍ରିଲୋଚନ ଛାତ୍ରୀଙ୍କ ପ୍ରତି ବ୍ୟବହାର ଅତି କଦର୍ଯ୍ୟ ଥିଲା । ଫଳରେ ମୃତ ମାନସୀର ପିତା ମାତା ଅଭିଯୁକ୍ତ ପ୍ରତି କଟୁ ସମାଲୋଚନା କରୁଥିଲେ ଓ ଗାଳି ଗୁଲଜ କରୁଥିଲେ । ପରେ ତାକୁ ଟିଉସନରୁ ନିବୃତ କରିଥିଲେ । ଫଳରେ ଟିଉସନ କରିବାରେ ତା’ ପ୍ରତି ଲୋକଙ୍କ ବଦନାମ ଭୟ ଥିବାରୁ ସେ ରାଗ ରଖିଥିଲା । ଗତ ୨୦ ତାରିଖ ଦିନ ଟିଉସନ ମାଷ୍ଟର ତ୍ରିଲୋଚନ ଉକ୍ତ ଛାତ୍ରୀ ମାନସୀକୁ ଡାକି କଥା ହେବ ବୋଲି କହିଥିଲା । ଫଳରେ ତା’ କଥାରେ ମାନସୀ ସନ୍ଧ୍ୟା ୭ଟାରେ ଘରୁ ଚାଲି ଆସିଲା । ବଣ ସାହିର କାଠ ଗୋଲା ନିକଟରେ ଥିବା ବାଉଁଶ ବଣରେ ମାନସୀକୁ ଧରି ତା ତଂଟି ଚିପି ଦେଇଥିଲା ଓ ପରେ ପରେ ନିଜ ବେଲ୍ଟ ସାହାଯ୍ୟରେ ତା ବେକକୁ ଚିପି ଧରିଥିଲା । ଉକ୍ତ ହତ୍ୟାକାଣ୍ଡ ଘଟାଇବା ପାଇଁ ତ୍ରିଲୋଚନ ମହାକୁଡ଼ ପ୍ରସ୍ତୁତ ହୋଇଥିଲା । ହତ୍ୟା କରିବା ପାଇଁ ଟିଉସନ କାର୍ଯ୍ୟ ଅଧାରୁ ଛାଡି ପଳାଇ ଆସିଥିଲା ଓ ମୃତ ଶରୀର ନେବା ପାଇଁ ଦୁଇଟି ବ୍ୟାଗ ଯୋଗାଡ଼ କରିଥିଲା ତା’ ସହିତ ଏକ ସ୍କୁଟି ମଧ୍ୟ ଆଣିଥିଲା । ମାନସୀ ନିଖୋଜ ହେବାପରେ ପରିବାର ପକ୍ଷରୁ ଖୋଜା ଖୋଜି କରାଯାଇଥିଲା ଓ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା । ଅଭିଯୋଗରେ ପିତା ରଞ୍ଜନ ବିନ୍ଧାଣି ସନ୍ଦେହ କରି ତ୍ରିଲୋଚନ ମହାକୁଡ଼ ନାମ ଉଲ୍ଲେଖ କରିଥିଲେ । ସକାଳୁ ମୃତ ଶରୀର ମିଳିବା ପରେ କରଞ୍ଜିଆ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ଓ ହତ୍ୟାକାରି ତ୍ରିଲୋଚନ ମହାକୁଡ଼କୁ ଥାନାରେ ଆଣି ପଚରା ପଚାରୀ କରିବାକୁ ସେ ନିଜ ଦୋଷ ସ୍ୱୀକାର କରିଥିଲା । ପୁଲିସ କେସ ନଂ ୧୧୧ ବି. ଏନ. ଏସ ୧୩୭ (୨) ୧୦୩ (୨) ଅନୁଯାୟୀ ମୋକଦ୍ଦମା ରୁଜ୍ଜୁ କରିଛି । ଆଜି ଅଭିଯୁକ୍ତ ଟିୟୁସନ ମାଷ୍ଟର ତ୍ରିଲୋଚନକୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଇଛି ପୋଲିସ । ଏହାପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande