ବିରି ଗୁଣ ଜ୍ଞାନ ଓ ସ୍ଵାସ୍ଥ୍ୟ ଶିବିର
ଗଞ୍ଜାମ, ୨୩ ମାର୍ଚ୍ଚ (ହି.ସ.)- ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବିରି ଔଷଧ ଭାବରେ କେମିତି ବ୍ୟବହାର କରିପାରିବେ କହିଥିଲେ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ କହିଲେ ବିରିଜାଇ ସିଝାଇ ପୋଟଳି କରି ଗଣ୍ଠି
ମିଳିମିଳା ସଚେତନତା ଓ ସ୍ଵାସ୍ଥ୍ୟ


ଗଞ୍ଜାମ, ୨୩ ମାର୍ଚ୍ଚ (ହି.ସ.)- ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବିରି ଔଷଧ ଭାବରେ କେମିତି ବ୍ୟବହାର କରିପାରିବେ କହିଥିଲେ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ କହିଲେ ବିରିଜାଇ ସିଝାଇ ପୋଟଳି କରି ଗଣ୍ଠିବାତରେ ସେକ ଦେବେ, ବିରଜାଇ ଡାଲି ଖାଇଲେ ପକ୍ଷାଘାତ, ନାଡୀ ଦୁର୍ବଳ, ଅରୁଚି, ବିବନ୍ଧ, ଉଦରଶୂଳ, ମୂତ୍ରକୃଚ୍ଛ୍ର ପାଇଁ ହିତକର। ଅନାର୍ତ୍ତବ, ଧ୍ଵଜଭଙ୍ଗ, ମାତୃସ୍ତନ୍ୟ କମ୍ ହେଲେ ଗୁଡ଼ କ୍ଷୀର ସହ ପାୟସ କରି ଖାଇବ। ବିରି ପାମ୍ପଡ଼ ରାଶିତେଲରେ ଛାଣି ଖାଇଲେ ଅଣ୍ଟାବ୍ୟଥା ଭଲ ହୁଏ। ବିରିସିଝା ଶୁଣ୍ଠି ଚୂର୍ଣ୍ଣ ସହ ଖାଇଲେ ପକ୍ଷାଘାତ, ହଳଦୀ ଗୁଣ୍ଡ ସହ ଖାଇଲେ ପ୍ରମେହ, ବିରିଜାଇ କ୍ୱାଥ ନାକରେ ପକାଇଲା ବିଶ୍ୱାଚି ଭଲ ହୋଇଯାଏ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ କେ. ବାଳକୃଷ୍ଣ ପାତ୍ର ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande