
ବଲାଙ୍ଗିର, ୨୩ ମାର୍ଚ୍ଚ (ହି.ସ.)- ଗତକାଲି ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମ୍ ପଡା ଶିଶୁବାଟିକା ବିଭାଗରେ ଘର ହିଁ ବିଦ୍ୟାଳୟ ଚତୁର୍ଥ ସୋପାନ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକର ପ୍ରଧାନ ଆଚାର୍ଯ୍ୟ ରବିନ୍ଦ୍ର କୁମାର ମିଶ୍ର ଯୋଗଦାନ କରି ଦୀପ ପ୍ରଜ୍ବଳନ କରି ସଂସ୍କାରକ୍ଷମ ବାତାବରଣ ତଥା ଔପଚାରିକ ଓ ଅନୌପଚାରିକ ଶିକ୍ଷା ଉପରେ ଆଲୋକପାତ କରିଥିଲେ। ଉକ୍ତ ଦିନ ଗୁରୁମା ଶ୍ରୀମତୀ ପୁଷ୍ପଲତା ଶତପଥି ଏବଂ ଶ୍ରୀମତୀ ସଂଘମିତ୍ରା ନାୟକ ଜନ୍ମ ଦିନ ଉପରେ ଏକ ପ୍ରାୟୋଗିକ କାଳାଂଶ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ସମିତି ସଭାପତି ଭବାନୀ ଶଙ୍କର ପଟେଲ ଓ ଉପ ସଭାପତି ରବିନ୍ଦ୍ର କୁମାର ପଣ୍ଡା ଯୋଗଦାନ କରି ମାର୍ଗଦର୍ଶନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ। ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ବିଦ୍ୟୁତ ରେଖା କର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପରିଶେଷରେ ଉପ ସଭାପତି ରବିନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପନ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ