
ଜୟପୁର, ୨୩ ମାର୍ଚ୍ଚ (ହି.ସ.)-କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ କେବିଡି ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ବିଡିଓ ଶକ୍ତି ମହାପାତ୍ର, ସହକାରି ନିର୍ବାହୀ ଯନ୍ତ୍ରୀ ବିଜୟ ନନ୍ଦ, ଜିପିଓ ସୁବାସ ଖିଲ, ପ୍ରୋଗ୍ରାମ ଆସିଷ୍ଟାଣ୍ଡ ସସ୍ମିତା ପରିଡାଙ୍କ ସହ ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରି ମାନେ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମାନେ ବିଭାଗର ଅଧିକାରି ମାନଙ୍କୁ ଅଙ୍ଗନବାଡୀ କେନ୍ଦ୍ର ନିର୍ମାଣ, ମରାମତି, ପାନିୟ ଜଳ ସମସ୍ୟା, ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣି ଗୃହ ନେଇ ନେଇ ଦାବି କରିଥିଲେ । ଏହା ସହ ଉପସ୍ଥିତ ଅଧିକାରି ମାନେ ବିଭିନ୍ନ ସରକାରୀ ଯୋଜନାର ଲାଭ କିପରି ପାଇବେ ସେନେଇ ଲୋକଙ୍କୁ ସଚେତନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି