
ଭୁବନ, ୨୩ ମାର୍ଚ୍ଚ (ହି.ସ.)- ଭୁବନ ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ ଏବଂ ଏସ ପି ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ ୭୬ଟି ଅଭିଯୋଗ ଦାଖଲ ହୋଇଥିଲା । ସେଥି ମଧ୍ୟରୁ ୬୪ଟି ବ୍ୟକ୍ତିଗତ ଓ ୭ଟି ସାମୁହିକ ସମସ୍ୟା ଅନ୍ତର୍ଭୁକ୍ତ ଥିଲା । ଘଟଣାସ୍ଥଳରେ ୧୦ଟି ଅଭିଯୋଗର ସମାଧାନ ହୋଇଥିଲା । ଚିକିତ୍ସା ପାଇଁ ୩ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଓ ୨ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ସମୁଦାୟ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକରଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ,କାମାକ୍ଷା ନଗର ଉପ ଜିଲ୍ଲାପାଳ ଦିନମଣି ନାୟକ, ଉପକଣ୍ଠ ଆରକ୍ଷୀ ଅଧିକ୍ଷକ ରଜନୀ କାନ୍ତ ସାମଲ, ସହକାରୀ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଆଶିଷ କୁମାର ସାହୁ, ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ୍ କର, ଭୁବନ ବିଡ଼ିଓ ଆୟୁସି ମହାପାତ୍ର , ତହସିଲଦାର ଅନିଲ କୁମାର ମହାନ୍ତି, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦତ୍ତ ସାହୁଙ୍କ ସମେତ ଅନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ