ଏସସିବି ମେଡିକାଲ ଅଗ୍ନିକାଂଡ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ବିଧାନସଭାରେ ହଟ୍ଟଗୋଳ
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.) ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ଅଗ୍ନିକାଂଡ ମାମଲାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରି ସୋମବାର ମଧ୍ୟ ବିରୋଧୀ ଦଳର ବିଧାୟକ ମାନେ ଗୃହରେ ହଟ୍ଟଗୋଳ କରିଛନ୍ତି । ଏହି କାରଣରୁ ବାଚସ୍ପତିଙ୍କୁ ଗୃହକୁ ବାରମ୍ବାର ସ୍ଥଗିତ କରିବା
ଏସସିବି ମେଡିକାଲ ଅଗ୍ନିକାଂଡ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀଙ୍କ ବିଧାନସଭାରେ ହଟ୍ଟଗୋଳ


ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.) ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ଅଗ୍ନିକାଂଡ ମାମଲାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରି ସୋମବାର ମଧ୍ୟ ବିରୋଧୀ ଦଳର ବିଧାୟକ ମାନେ ଗୃହରେ ହଟ୍ଟଗୋଳ କରିଛନ୍ତି । ଏହି କାରଣରୁ ବାଚସ୍ପତିଙ୍କୁ ଗୃହକୁ ବାରମ୍ବାର ସ୍ଥଗିତ କରିବାକୁ ପଡିଥିଲା । ହଟ୍ଟଗୋଳ କାରଣରୁ ପ୍ରଶ୍ୱକାଳ ଚାଲି ପାରି ନ ଥିଲା । ଗୃହକୁ ସୁଚାରୂ ରୂପେ ଚଳାଇବାକୁ ବାଚସ୍ପତି ସୁରମା ପାଢୀ ସର୍ବଦଳୀୟ ବୈଠକ ଡାକିଥିଲେ ।

ଆଜି ନିର୍ଧାରିତ 10.30 ମିନିଟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ବାଚସ୍ପତି ସୁରମା ପାଢୀ ପ୍ରଶ୍ନକାଳ ଆରମ୍ଭ କରିବାକୁ ଚାହିଁଥିଲେ । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ବିଧାୟକ ମାନେ ଏସସିବି ମେଡିକାଲ କଲେଜ ଅଗ୍ନିକାଂଡ ମାମଲାରେ ହଟ୍ଟଗୋଳ କରିବା ଆରମ୍ଭ କରି ଦେଇଥିଲେ । ସେମାନେ ଗୃହର ମଧ୍ୟ ଭାଗକୁ ଯାଇ ନାରାବାଜୀ କରିଥିଲେ । ବାଚସ୍ପତି ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକାଳ ଜାରୀ ରଖିବା ସହ ବିରୋଧୀ ବିଧାୟକ ମାନଙ୍କୁ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରିଥିଲେ । ହେଲେ ତାଙ୍କର ନିବେଦନର କୌଣସି ପ୍ରଭାବ ବିରୋଧୀ ବିଧାୟକ ମାନଙ୍କ ଉପରେ ପଡି ନ ଥିଲା । ତେଣୁ ବାଧ୍ୟ ହୋଇ ବାଚସ୍ପତି ଗୃହକୁ 11.30 ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ।

ଶୂନ୍ୟକାଳରେ ବି ସମାନ ସ୍ଥିତି ଦେଖା ଦେଇଥିଲା । । ବିରୋଧୀ ବିଧାୟକ ମାନେ ପୁଣି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । ଗୃହ ମଧ୍ୟ ଭାଗରେ ବିରୋଧୀ ବିଜେଡ଼ି ଓ କଂଗ୍ରେସର ପ୍ରବଳ ନାରାବାଜି କରିଥିଲେ। ବିଜେଡି ଓ କଂଗ୍ରେସ ବିଧାୟକ ମାନେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ହଟ୍ଟଗୋଳ କାରଣରୁ ଗୃହ ସୁପରିଚାଳନା ସହ ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଗୃହକୁ ଗତ କାଲି ପରି ଆଜି ମଧ୍ୟ ଅପରାହ୍ନ ୧ଟା ଯାଏଁ ମୁଲତବୀ ଘୋଷଣା କରିବା ସହ ସର୍ବଦଳୀୟ ବୈଠକ ଡାକିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande