ବ୍ଲକସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଖୋ-ଖୋ କ୍ରୀଡ଼ା ଅନୁଷ୍ଠିତ
କେନ୍ଦୁଝର,୨୩ ମାର୍ଚ୍ଚ(ହି.ସ.) – ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଗ୍ରାମାଂଚଳରୁ ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଂଚାଇବା ପାଇଁ ଆରମ୍ଭ ହୋଇଛି ବ୍ଲକସ୍ତରୀୟ ତଥା ମଣ୍ଡଳସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ-୨୦୨୬। ଏହି କ
Pratibha anwesan kho kho


କେନ୍ଦୁଝର,୨୩ ମାର୍ଚ୍ଚ(ହି.ସ.) – ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଗ୍ରାମାଂଚଳରୁ ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଂଚାଇବା ପାଇଁ ଆରମ୍ଭ ହୋଇଛି ବ୍ଲକସ୍ତରୀୟ ତଥା ମଣ୍ଡଳସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ-୨୦୨୬। ଏହି କ୍ରମରେ ଆଜି କେନ୍ଦୁଝର ଜିଲ୍ଲାର ପାଂଚଟି ପ୍ରମୁଖ ସ୍ଥାନରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅଚାନରେ ‘ଖୋ-ଖୋ’ କ୍ରୀଡ଼ା ଚୟନ ପ୍ରକ୍ରିୟା ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ୬ରୁ ୧୪ ବର୍ଷ ବୟସ୍କ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପିଲାମାନଙ୍କ ମଧ୍ୟରେ ଖୋ-ଖୋ ଖେଳ ପ୍ରତି ଥିବା ଆଗ୍ରହ ଦେଖିବାକୁ ମିଳିଥିଲା। ଅଭିଭାବକମାନେ ମଧ୍ୟ ବହୁ ସଂଖ୍ୟାରେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସ୍ଥାନୀୟ କ୍ରୀଡ଼ା ପ୍ରଶିକ୍ଷକ ଓ ଅଧିକାରୀମାନେ ପିଲାମାନଙ୍କର ଶାରୀରିକ ସାମର୍ଥ୍ୟ ଏବଂ ଖେଳ କୌଶଳର ପରୀକ୍ଷା କରିଥିଲେ।

ଡି.ଡି. ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ଶଙ୍କରପୁର, ନେହେରୁ ଷ୍ଟାଡିୟମ ଚମ୍ପୁଆ ଏବଂ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଏହି କାର୍ଯ୍ୟକ୍ରମ ର ଦ୍ୱିତୀୟ ପର୍ଯ୍ୟାୟ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ଚୟନ ପ୍ରକ୍ରିୟା ମାଧ୍ୟମରେ ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟ ପାଇଁ ଦକ୍ଷ ଖୋ-ଖୋ ଖେଳାଳି ସୃଷ୍ଟି ହୋଇପାରିବେ ବୋଲି କ୍ରୀଡ଼ା ବିଭାଗ ଆଶା ପ୍ରକାଶ କରିଛି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande