ଟ୍ରାକ୍ଟର୍ ଓଲଟି ଜଣେ ମୃତ ଓ ୩ ଜଣ ଆହତ
କେନ୍ଦୁଝର,୨୩ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଉପରପଣସନସା ଗାଁରେ ଘଟିଛି ଅଭାବନୀୟ ଘଟଣା। ରାସ୍ତାକାମ ପାଇଁ ଟ୍ରାକ୍ଟର୍ ରେ ମେଂଟାଲ ପାଇଁ ଆଣୁଥିବାବେଳେ ଖିରିକାଞ୍ଜିପାଣି ଠାରୁ ଉପରପଣସନସା ଘାଟିରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟର୍ଟି ଓଲଟି ପଡିଥିଲା। ଯାହା ଫଳ
Tractor accident


କେନ୍ଦୁଝର,୨୩ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ଉପରପଣସନସା ଗାଁରେ ଘଟିଛି ଅଭାବନୀୟ ଘଟଣା। ରାସ୍ତାକାମ ପାଇଁ ଟ୍ରାକ୍ଟର୍ ରେ ମେଂଟାଲ ପାଇଁ ଆଣୁଥିବାବେଳେ ଖିରିକାଞ୍ଜିପାଣି ଠାରୁ ଉପରପଣସନସା ଘାଟିରାସ୍ତାରେ ଭାରସାମ୍ୟ ହରାଇ ଟ୍ରାକ୍ଟର୍ଟି ଓଲଟି ପଡିଥିଲା। ଯାହା ଫଳରେ ଜଣଙ୍କର ମୃତ୍ୟୁ ହେବ ସହିତ ୩ ଜଣ ଆହତ ହୋଇଥିଲେ। ମୃତକ ଜଣକ ସେହି ଗ୍ରାମର ଅଭି ଜୁଆଙ୍ଗ ବୋଲି ସୂଚନା ମିଳିଛି। ଦିଏମିଫଦ୍ୱ ଦ୍ୱାରା ହେଉଥିବା ରାସ୍ତା କାମରେ ସେ ପ୍ରତିଦିନ ଜଣେ ଶ୍ରମିକ ଭାବେ କାମ କରୁଥିଲେ। ଆହତ ୩ଜଣ ମଧ୍ୟ ସେହି ଗାମର ଯମୁନି ଜୁଆଙ୍ଗ, ଓ ମିଟୁ ଜୁଆଙ୍ଗ ଓ କାର୍ତିକ ଜୁଆଙ୍ଗ। ସେମାନଙ୍କୁ ପ୍ରଥମେ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଥିଲା। ପରେ, ସ୍ଥିତି ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande