ଦୋଷୀ ବିରୋଧୀରେ କାର୍ଯ୍ୟାନୁଷ୍ଠାନ ନନେବା ଯାଏ ଅଚଳ ରହିବ ଗୃହ
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ଦୋଷୀ ବିରୋଧୀରେ କାର୍ଯ୍ୟାନୁଷ୍ଠାନ ନନେବା ଯାଏ ଗୃହ ଅଚଳ ରହିବ ବୋଲି ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି । ସେ କହିଛନ୍ତି ଯେ, ଏ ସରକାର ନିଜକୁ ଲୋକଙ୍କ ସରକାର ବୋଲି ଘୋଷଣା କରିଛନ୍ତି । ହେଲେ ସେମିତି କାମ କରୁନାହାନ୍ତି ।
ଦୋଷୀ ବିରୋଧୀରେ କାର୍ଯ୍ୟାନୁଷ୍ଠାନ ନନେବା ଯାଏ ଅଚଳ ରହିବ ଗୃହ


ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ଦୋଷୀ ବିରୋଧୀରେ କାର୍ଯ୍ୟାନୁଷ୍ଠାନ ନନେବା

ଯାଏ ଗୃହ ଅଚଳ ରହିବ ବୋଲି ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି । ସେ କହିଛନ୍ତି ଯେ, ଏ

ସରକାର ନିଜକୁ ଲୋକଙ୍କ ସରକାର ବୋଲି ଘୋଷଣା କରିଛନ୍ତି । ହେଲେ ସେମିତି କାମ କରୁନାହାନ୍ତି ।

ଆମେ ଦାବି କରୁଛୁ ସୁପରିଟେଣ୍ଡେଟଙ୍କୁ ଗିରଫ କରାଯାଉ । ହେଲେ ସେମାନେ ତାହା ନକରି ତାଙ୍କୁ ସେହି

ସ୍ଥାନରେ ରଖି ନୂଆ ନିଯୁକ୍ତି ଦେଲେ । ମାର ମାର ଭଣ୍ଡାରିଆକୁ ମାର ନୀତିରେ ତଳିଆ କର୍ମଚାରୀଙ୍କ

ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ । ଆମେ ଦାବି କରୁଛୁ ଯିଏ ଦୋଷୀ, ତାଙ୍କ ବିରୋଧୀରେ

କାର୍ଯ୍ୟାନୁଷ୍ଠାନ ନିଆଯାଉ । ହେଲେ ସରକାର ତାହା କରୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସ

ଦୋଷୀଙ୍କୁ ସୁରକ୍ଷା ଦେଉଛନ୍ତି । ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନନେବା ପର୍ଯ୍ୟନ୍ତ ଗୃହ ଅଚଳ

ରହିବ ବୋଲି ବିଜେଡି ବିଧାୟକ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande