
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)-ଭୁବନେଶ୍ୱର ହତ୍ୟାକାଣ୍ଡ ମାମଲା କମୁଛି । ହେଲେ କଟକରେ ବଢ଼ି
ଚାଲିଛି । 2024 ରେ କଟକରେ 21 ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଥିଲା । ଏହି ସଂଖ୍ୟା 2025ରେ
ବଢ଼ି 24ରେ ପହଁଚିଲା । ଭୁବନେଶ୍ୱରରେ ହତ୍ୟାକାଣ୍ଡ ସଂଖ୍ୟା ଅଧିକ ରହିଥିଲେ ବି 2024 ତୁଳନାରେ
2025 ରେ ଏହା କମିଛି । 2024 ରେ ଭୁବନେଶ୍ୱରରେ 43 ଟି ହତ୍ୟାକାଣ୍ଡ ମାମଲା ପଞ୍ଜିକରଣ ହୋଇଥିଲା
। ଯାହା 2025 ରେ କମି 33 ରେ ରହିଲା । ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତରରୁ
ଏହା ସ୍ପଷ୍ଟ ହୋଇଛି ।
ଅନ୍ୟପଟେ ରାଜ୍ୟରେ ବଢୁଛି ଶିଶୁ ନିଖୋଜ ମାମଲା ବଢ଼ିବାରେ
ଲଗିଛି । 2024 ରେ 6838 ଶିଶୁ ନିଖୋଜ ହୋଇଥିବାବେଳେ 5942 ଜଣ ଉଦ୍ଧାର ହୋଇଥିଲେ । ହେଲେ ନିଖୋଜ
ସଂଖ୍ୟା 2025 ରେ ବଢ଼ି 8206ରେ ପହଁଚିଲା । ସେଥିରୁ 6036 ଜଣ ଉଦ୍ଧାର ହୋଇଛନ୍ତି ବୋଲି ଗୃହରେ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା