ନିଜ ଦୁର୍ବଳତାକୁ ଲୁଚେଇବା ପାଇଁ ରାଜନୀତି କରି ବିଧାନସଭା ଅଚଳ କରୁଛନ୍ତି ବିଜେଡ଼ି ଓ କଂଗ୍ରେସ- ଟଙ୍କଧର ତ୍ରିପାଠୀ
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ଗୋଟିଏ ଦୁର୍ଘଟଣାରେ କିଛି ଲୋକଙ୍କ ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁ ହେଲା । କିନ୍ତୁ ତାକୁ ନେଇ ନିଜ ଦୁର୍ବଳତାକୁ ଲୁଚେଇବା ପାଇଁ ରାଜନୀତି କରି ବିଧାନସଭା ଅଚଳ କରୁଛନ୍ତି ବିଜେଡ଼ି ଓ କଂଗ୍ରେସ ବୋଲି କହିଛନ୍ତି ବିଜେପି ବିଧାୟକ ଟଙ୍କ
ନିଜ ଦୁର୍ବଳତାକୁ ଲୁଚେଇବା ପାଇଁ ରାଜନୀତି କରି ବିଧାନସଭା     ଅଚଳ କରୁଛନ୍ତି ବିଜେଡ଼ି ଓ କଂଗ୍ରେସ- ଟଙ୍କଧର ତ୍ରିପାଠୀ


ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ଗୋଟିଏ ଦୁର୍ଘଟଣାରେ କିଛି ଲୋକଙ୍କ

ଦୁର୍ଭାଗ୍ୟଜନକ ଭାବେ ମୃତ୍ୟୁ ହେଲା । କିନ୍ତୁ ତାକୁ ନେଇ ନିଜ ଦୁର୍ବଳତାକୁ ଲୁଚେଇବା ପାଇଁ

ରାଜନୀତି କରି ବିଧାନସଭା ଅଚଳ କରୁଛନ୍ତି ବିଜେଡ଼ି ଓ କଂଗ୍ରେସ ବୋଲି କହିଛନ୍ତି ବିଜେପି

ବିଧାୟକ ଟଙ୍କଧର ତ୍ରିପାଠୀ । ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଓ ବିଜେଡ଼ିର ଅବସ୍ଥା ଯାହା

ହେଲା । ବିଜେଡ଼ି ଟଙ୍କା ହଡ଼ପ କରିବା ପାଇଁ ଗୋଟିଏ ଟ୍ରଷ୍ଟ ହୋଇଛି । ଏ କଥା ଆମେ କହୁନୁ, ତାଙ୍କ ଦଳର ମାନେ ହିଁ କହୁଛନ୍ତି

। ଏ କଥା ପଚାରିବାକୁ ନବୀନଙ୍କୁ ଭେଟିବା ପାଇଁ 22 ଜଣ ବିଧାୟକ ଯାଇଥିଲେ । ହେଲେ ନବୀନ ମନା କଲେ

। ଆଉ ରାଜ୍ୟସଭା ନିର୍ବାଚନ ସରିବା ପରେ ନବୀନ ଟ୍ରଷ୍ଟ କଥା ମାନିଲେ । ତେଣୁ ଏହାକୁ ନେଇ ତାଙ୍କ

ଦଳର ବିଧାୟକ ମାନଙ୍କ ଭିତରେ ସଂଶୟ ଅଛି । ବିଧାୟକ ମାନଙ୍କ ଭିତରେ ଦଳ ପ୍ରତି ଆଉ ସେ ଭାବନା

ନାହିଁ । ଏହାକୁ ଲୋକଲୋଚନରୁ ଘୋଡ଼ାଇବା ପାଇଁ ବିଧାନସଭାକୁ ବ୍ୟବହାର କରିବା ଦୁର୍ଭାଗ୍ୟଜନକ କଥା

। ଅନ୍ୟପଟେ ବିଜେପି ସରକାର ଲୋକଙ୍କ ପାଇଁ ଉତ୍ତରଦାୟୀ ସରକାର । ଏସସିବିଘଟଣାରେ ଦୁଇଟି କମିଟି ଗଠନ ହୋଇଛି । ତୃଣମୂଳ ସ୍ତରରେ ଦାୟୀ କର୍ମଚାରୀ ମାନଙ୍କ ଉପରେ

ତୁରନ୍ତ ଆକ୍ସନ ହେଲା । ଗତକାଲି ସୁପରିଟେଣ୍ଟେଟ ଓ ଡିନଙ୍କୁ ବଦଳି କରାଯାଇଛି । ରିପୋର୍ଟ ଆସିଲା

ପରେ ଆଉ ବି ଦରକାର ପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ଘଟଣା ଆଗକୁ ନଘଟିବା ପାଇଁ ମଧ୍ୟ

ସରକାର ତତ୍ପର ଅଛନ୍ତି । କିନ୍ତୁ କଟକ ମେଡ଼ିକାଲକୁ ବିଶ୍ୱ ସ୍ତରୀୟ କରିବେ ବୋଲି କିଏ ଘୋଷଣା

କରିଥିଲେ । ତେଣୁ ଦୁର୍ଘଟଣା ପାଇଁ ପରୋକ୍ଷରେ ନବୀନ ପଟ୍ଟନାୟକ ଓ ବିଜେଡ଼ି ହିଁ ଦାୟୀ ବୋଲି ସେ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande