
ପୁରୀ,୨୩ ମାର୍ଚ୍ଚ(ହି.ସ.) – ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ଗତ ୧୮ ତାରିଖ ଦିନ ପୁରୀ ୟୁଥ ହଷ୍ଟେଲ ଠାରେ ବେନାମୀ ବେନିୟମ ସଂଘ ଭୁବନେଶ୍ୱର ବୈଠକରେ ସଦଦ୍ୟମାନେ ଯୋଗ ନଦେବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହା ମଧ୍ଯ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ସତ୍ୱେ ଏହି ଅନୈତିକ ସଂଘ ବାରଣ ସତ୍ୱେ ଭୁବନେଶ୍ୱର ଖାରବେଳ ଥାନା ଅନ୍ତର୍ଗତ ରେଡକ୍ରସ ଭବନରେ ବୈଠକ ଆରମ୍ଭ କରିଥିଲେ। ସ୍ୱୀକୃତିପ୍ରାପ୍ତ ସଂଘର ରାଜ୍ୟ ସଭାପତି ସୂର୍ଯ୍ୟନାରାୟଣ ମହାରଣା ଓ ସମ୍ପାଦକ ମନରଞ୍ଜନ ମହାରଣାଙ୍କ ସହ ଶତାଧିକ ସଦସ୍ୟ ଏହି ବୈଠକକୁ ବିରୋଧ କରିଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବାରେ ଦୁଇ ପକ୍ଷରୁ ନେତୃବୃନ୍ଦଙ୍କ କାଗଜପତ୍ର ତନଖି ଥାନାରେ କରାଯାଇଥିଲା। ସୂର୍ଯ୍ୟନାରାୟଣଙ୍କ ସଂଘ କାଗଜପତ୍ର ଠିକ ଥିବାବେଳେ ସଂଘ ନାମରେ ଛଦ୍ମଧାରୀ ସଂଘ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ। ଯାହାଫଳରେ ସଭା ଅଧାରୁ ପୋଲିସ ବନ୍ଦ କରିଦେଇଥିଲା। ଏ ସମ୍ପର୍କରେ ଉତ୍କଳ ବିଶ୍ୱକର୍ମା ସମିତିର ରାଜ୍ୟ ସଭାପତି ସୂର୍ଯ୍ୟନାରାୟଣ ମହାରଣା ପୁରୀରେ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ଆମ ସଂଘକୁ ଆଇଜିଆର ସ୍ୱୀକୃତି ଦେଇଥିବା ବେଳେ ଏହି ସଂଘ ନାମ ରେଜିଷ୍ଟ୍ରେସନ ଥାଇ ଅନ୍ୟ କୌଣସି ବ୍ୟକ୍ତି ବୈଠକ କରିପାରିବେ ନାହିଁ। ସଂଘର ରାଜ୍ୟରେ ଥିବା ସଭ୍ୟମାନଙ୍କୁ ମିଥ୍ୟା ଆଶ୍ୱାସନା ଦେଇ ବୈଠକକୁ ଡାକି ଥିବାରୁ ସେମାନେ ବିରକ୍ତ ହୋଇ ଫେରିଥିଲେ। ବୈଠକ ବାହାରେ ଦୁଇପକ୍ଷ ହୋହାଲ୍ଲା କରିବାରୁ ହଲ ପ୍ରକମ୍ପିତ ହୋଇଥିଲା। ବ୍ରହ୍ମପୁର, ପୋଲସରା, ପୁରୀ, କଟକ, ଭୁବନେଶ୍ୱର, ଡେଲାଙ୍ଗରୁ ଆସିଥିବା ସଭ୍ୟମାନେ ସଭା ବନ୍ଦ ପାଇଁ ଦାବି କରିଥିଲେ। ଗୋଟିଏ ସମିତି ପଞ୍ଜିକରଣ ନମ୍ବରରେ ଦୁଇଟି ପୃଥକ ପୃଥକ ବୈଠକ ହୋଇପାରିବ ନାହିଁ ବୋଲି ବିଧି ରହିଛି। ଯୋଗ ଦେଇଥିବା ମୂଳ ସଂଘର ସଦସ୍ଯ ମାନଙ୍କ ମଧ୍ଯରେ ଯୁଗ୍ମ ସମ୍ପାଦକ ପ୍ରମୋଦ ମହାରଣା ଓ ଭାଗିରଥି ମହାରଣା, କୋଷାଧ୍ୟକ୍ଷ ଗୁରୁଚରଣ ସୂତାର, ଦିବାକର ମହାରଣା, ଗଙ୍ଗାଧର ମହାରଣା ଓ ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ସୁଶାନ୍ତ ମହାରଣା, ଗଞ୍ଜାମ ଜିଲ୍ଲା ସଭାପତି ଧିରେନ ମହାରଣା ଓ କାର୍ଯ୍ୟକାରୀ ସଭାପତି ପ୍ରତାପ ମହାରଣା,ଉପଦେଷ୍ଟା ସନାତନ ମହାରଣା, ପୁରୀ ଜିଲ୍ଲା ଉପସଭାପତି ଦେବରାଜ ମହାରଣା, ସଂଗଠନ ସମ୍ପାଦକ ଧର୍ମେନ୍ଦ୍ର ମହାରଣା, ଡେଲାଙ୍ଗ ବ୍ଲକର ରବିନ୍ଦ୍ର ମହାପାତ୍ର ଓ ପ୍ରମୋଦ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ରାମକୃଷ୍ଣ ମୃଦ୍ଦାବାଦ ଧ୍ୱନିରେ ପ୍ରକମ୍ପିତ କରି ଅନୈତିକ ସଭାକୁ ପ୍ରତିବାଦ କରିଥିଲେ। ଏହି ଅନୈତିକ ସଂଘ ବିରୋଧରେ ମାମଲା କରାଯିବ ବୋଲି ଆଡଭୋକେଟ ଧିରେନ ମହାରଣା ସୂଚନା ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ବିଜୟ