
Bhubneshwar, 23 ମାର୍ଚ୍ଚ (ହି.ସ.)
ଭୁବନେଶ୍ୱର- ଶହୀଦ ଦିବସରେ ବୀର ସହିଦଙ୍କୁ ଶ୍ରଦ୍ଧାଂଜଳି
ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ସଂଗ୍ରାମୀ ଅମର ଶହୀଦ ଭଗତ
ସିଂହ, ସୁଖଦେବ ଓ ରାଜଗୁରୁଙ୍କ ମହାନ ଆତ୍ମୋତ୍ସର୍ଗ ରାଷ୍ଟ୍ରୀୟ ଚେତନାର ଏକ ଅନିର୍ବାଣ ଶିଖା।
ମାତୃଭୂମିର ମୁକ୍ତି ପାଇଁ ସେମାନଙ୍କର ଅସୀମ ସାହସ ଓ ସର୍ବୋଚ୍ଚ ବଳିଦାନ ପ୍ରତିଟି ଭାରତୀୟଙ୍କ
ହୃଦୟରେ ସଦା ସ୍ମରଣୀୟ ହୋଇ ରହିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି 'ଶହୀଦ ଦିବସ' ଅବସରରେ ଏହି ବୀରମାନଙ୍କ
ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ସେମାନଙ୍କ ତ୍ୟାଗ ଓ ମହାନ ଆଦର୍ଶରେ ଏକ ଶକ୍ତିଶାଳୀ ତଥା
ସମୃଦ୍ଧ ଭାରତ ଗଠନ ପାଇଁ ଆମେ ସଂକଳ୍ପବଦ୍ଧ ହେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା