
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ରାଜ୍ୟସଭା
ନିର୍ବାଚନ ସରିଛି ୮ ବିଧାୟକ କ୍ରସ ଭୋଟିଂ କରି ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛନ୍ତି। ବିଜୟ
ମହାପାତ୍ର ଓ ଦିଲ୍ଲୀପ ରାୟ ସ୍ପଷ୍ଟ ଭାବେ ପ୍ରକାଶ କରିଛନ୍ତି ଯୋଜନା କରି ଷଡ଼ଯନ୍ତ୍ର କରିଛନ୍ତି
କ୍ରସ ଭୋଟିଂ ପାଇଁ ବୋଲି କହିଛନ୍ତି ବିଜେଡି ବିଧାୟକ ଧ୍ରୁବ ସାହୁ । କ୍ରସ ଭୋଟିଂ କରିଥିବା
ବିଧାୟକ ଲୋକଙ୍କ ଆକ୍ରୋଶରୁ ବଞ୍ଚିବାକୁ ବିଜୁ ଲିଗାସି କଥା ଆଗକୁ ଆଣୁଛନ୍ତି। କଟକ ମଦ ମୃତ୍ୟ
ଘଟଣାରେ ଦୁଇ ରାଜନେତାଙ୍କ ନାଁ ସମ୍ମାନରେ ଆସୁଥିଲା ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀ।
ନିଜକୁ ମଦ ମୃତ୍ୟୁ ଘଟଣାରୁ ରକ୍ଷା କରିବାକୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀଙ୍କୁ ଭୋଟ ଦେଇ
ଘୋଡ଼ା ବେପାର କରିଥିଲେ। ବିଜୁ ବାବୁ ଅସନ୍ତୋଷ ହୋଇ ପ୍ରଭାତ ତ୍ରିପାଠୀଙ୍କୁ ଦଳରୁ ନିଲମ୍ବନ ଓ
ବିଜୟ ମହାପାତ୍ରଙ୍କୁ ମୁଖ୍ୟ ସଚେତକ ପଦରୁ ହଟାଇଥିଲେ। ପୁଣି ଥରେ ଯେତେବେଳେ ଅନଙ୍ଗ ଉଦୟ
ସିଂହଦେଓ ରାଜ୍ୟସଭା ରେ ଠିଆ ହେବା ସମୟରେ ବି ପ୍ରଭାତ ତ୍ରିପାଠୀ କ୍ରସ ଭୋଟିଂ କରିଥିଲେ। ବାପା
ଯାହା କରିଥିଲେ ପୁଅ ସେଇ ରାସ୍ତାରେ କିଛି ନୂଆ ନୁହେଁ ଏଥିରେ। ବିଜୁ ବାବୁଙ୍କୁ ବାରମ୍ବାର
ଛୁରାଘାତ କରିଥିବା ଲୋକ ତାଙ୍କ ନାଁ ନେଇ ଲୋକଙ୍କ ଆକ୍ରୋଶରୁ ବଞ୍ଚିବାକୁ ଚାହୁଁଛନ୍ତି।
ବେଇମାନଙ୍କୁ ଦଳରୁ କାଢ଼ି ଉଚିତ୍ ନିଷ୍ପତି ନିଆଯାଇଛି। ଆନୁଗତ୍ୟ ଓ ସଚ୍ଚୋଟ ନେତାଙ୍କୁ ନେଇ
ନବୀନ ବାବୁ ଯୁଦ୍ଧ ଲଢ଼ିବେ ବୋଲି ଧ୍ରୁବ ସାହୁ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା