
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ଡା. ରାମ ମନୋହର ଲୋହିଆଙ୍କ ଜୟନ୍ତୀ ଅବସରରେ
ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଖର ସମାଜବାଦୀ ଚିନ୍ତକ ଡା. ରାମ
ମନୋହର ଲୋହିଆଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସେ ସମାଜରେ ଅନ୍ୟାୟ
ବିରୋଧରେ ସଂଘର୍ଷ କରିଥିଲେ ଏବଂ ପ୍ରତ୍ୟେକ ମଣିଷ ପାଇଁ ସମାନ ସୁଯୋଗ ସୁନିଶ୍ଚିତ କରିବାର
ସନ୍ଦେଶ ଦେଇଥିଲେ। ତାଙ୍କର ଚିନ୍ତାଧାରା ଆଜି ମଧ୍ୟ ଆମକୁ ନ୍ୟାୟ ଓ ସେବାର ପଥରେ ପ୍ରେରିତ
କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା