ବଳିଦାନ ଦିବସରେ ଅମର ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ବଳିଦାନ ଦିବସରେ ଅମର ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମାତୃଭୂମି ଭାରତୀଙ୍କ ଅମର ବୀର ଶହୀଦ ଭଗତ ସିଂହ, ରାଜଗୁରୁ ଏବଂ
ସଂଗ୍ରାମୀ


ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ବଳିଦାନ ଦିବସରେ ଅମର ସହିଦଙ୍କୁ ଶ୍ରଦ୍ଧାଂଜଳି

ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମାତୃଭୂମି ଭାରତୀଙ୍କ ଅମର ବୀର ଶହୀଦ ଭଗତ ସିଂହ, ରାଜଗୁରୁ ଏବଂ

ସୁଖଦେବଙ୍କୁ ‘ଶହୀଦ ଦିବସ’ ଅବସରରେ ଶ୍ରଦ୍ଧାପୂର୍ବକ ନମନ କରୁଛି।

ଏହି ମହାନ ବିପ୍ଲବୀମାନେ ନିଜର ଅଦ୍ୱିତୀୟ ସାହସ, ଦେଶଭକ୍ତି ଓ ସର୍ବୋଚ୍ଚ

ବଳିଦାନ ଦ୍ୱାରା ଆମକୁ ସ୍ୱାଧୀନତାର ଅମୂଲ୍ୟ ଧରୋହର ଦେଇଛନ୍ତି।

ତାଙ୍କର ସାହସ ଓ ସମର୍ପଣ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କ

ହୃଦୟରେ ଦେଶଭକ୍ତିର ଜ୍ୱାଳାକୁ ପ୍ରଜ୍ୱଳିତ କରେ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆସନ୍ତୁ, ଆମେ ତାଙ୍କର ଆଦର୍ଶକୁ

ସ୍ମରଣ କରି ନିଜ ଦେଶକୁ ଗୌରବାନ୍ୱିତ କରିବା ପାଇଁ ସଂକଳ୍ପ ନେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande