କଦମପଡା ସ୍ଥିତ କାଂଶୀରାମ କ୍ଲବରେ କାଂଶୀରାମ ଜୟନ୍ତୀ ପାଳିତ
ବଲାଙ୍ଗିର, ୨୩ ମାର୍ଚ୍ଚ (ହି.ସ.)- ବଲାଙ୍ଗିର କଦମପଡା ସ୍ଥିତ କାଂଶୀରାମ କ୍ଲବ ତରଫରୁ ଦାଦା ସାହେବ କାଂଶୀରାମଙ୍କ ୯୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ସକାଳେ କ୍ଲବର କର୍ମକର୍ତ୍ତା ତଥା ସଭ୍ୟମାନେ ଏକ ଭବ୍ୟ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ କଚେରୀ ଛକ ସ୍ଥିତ ବାବା ସାହେ
କଦମପଡା ସ୍ଥିତ କାଂଶୀରାମ କ୍ଲବ ରେ କାଂଶୀରାମ ଜୟନ୍ତୀ ପାଳିତ


କଦମପଡା ସ୍ଥିତ କାଂଶୀରାମ କ୍ଲବ ରେ କାଂଶୀରାମ ଜୟନ୍ତୀ ପାଳିତ


ବଲାଙ୍ଗିର, ୨୩ ମାର୍ଚ୍ଚ (ହି.ସ.)- ବଲାଙ୍ଗିର କଦମପଡା ସ୍ଥିତ କାଂଶୀରାମ କ୍ଲବ ତରଫରୁ ଦାଦା ସାହେବ କାଂଶୀରାମଙ୍କ ୯୨ତମ ଜୟନ୍ତୀ ପାଳିତ ହୋଇଯାଇଛି । ସକାଳେ କ୍ଲବର କର୍ମକର୍ତ୍ତା ତଥା ସଭ୍ୟମାନେ ଏକ ଭବ୍ୟ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ କଚେରୀ ଛକ ସ୍ଥିତ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ କଦମପଡା ସ୍ଥିତ ବୁଦ୍ଧଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରିବା ସହିତ ମାଲଗୋଦାମପଡା ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ କଦମପଡା ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଆୟୋଜକ କମିଟିର ସଭାପତି ମନୋଜ କୁମାର ଦୀପଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୌରପାଳିକାର ଅଧ୍ୟକ୍ଷା ଲିକା ସାହୁ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଲକ୍ଷ୍ମଣ କୁମାର ମେହେର, ସ୍ୱତନ୍ତ୍ର ବକ୍ତା ଭାବରେ ଶିକ୍ଷାବିତ୍ ନେପାଳ ବାଗ, ସମ୍ମାନିତ ଅତିଥି ଭାବରେ କାଉନସିଲର ଶମ୍ଭୁ ନାଗ, ଇଶମତ ଆରା ଖାନ, ପ୍ରତିମା ଛତ୍ରିଆ, ବାସୁଦେବ ମୁଗ୍ରୀ, ସତ୍ୟପୀର ପାତ୍ର, ନିକେଶ କୁମ୍ଭାର, ସୀତାରାମ କୁମ୍ଭାର ଓ କିଶୋର କୁମ୍ଭାର ପ୍ରମୁଖ ଯୋଗ ଦେଇଥିଲେ । କାଂଶୀରାମ ସାହେବ ଭାରତ ବର୍ଷରେ ଏକ ନୁଆଁ ରାଜନୀତିର ସମିକରଣ ତିଆରି କରିବା ସହିତ ବହୁଜନ କିଭଳି ଭାବରେ ଶାସନ କ୍ଷମତାକୁ ଆସିବେ ସେହି ଉପରେ ବକ୍ତାମାନେ ମତବ୍ୟକ୍ତ କରିବା ସହିତ କାଂଶିରାମଙ୍କ ସଂଘର୍ଷର ଗାଥା ବର୍ଣ୍ଣନା କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଗତ ବର୍ଷ ଓଡିଶା ପ୍ରଶାସନିକ ସେବାରେ ସଫଳତା ହାସଲ କରିଥିବା ଆଶିଷ ସୁନା, ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ନବୀନ କୁଅଁର, ଦଳିତ ସମାଜର ଅଧ୍ୟାପିକା ଭାବରେ ଚାକିରି କରୁଥିବା ନିହାରିକା ନାଗ, ରାଜ୍ୟସ୍ତରର ଖୋଖୋ ଖେଳାଳି ପ୍ରୀୟବ୍ରତ ନାଗ, ବିଶିଷ୍ଟ ସମାଜସେବୀ ନରସିଂହ ଦୀପ, ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଙ୍ଗ୍ ହ୍ୟୁମେନ ଫାଉଣ୍ଡେସନ ଓ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ଚଳିତ ବର୍ଷ ନବୋଦୟ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ରୀ ଆରାଧ୍ୟା କୁମ୍ଭାର ମଧ୍ୟ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କ୍ଲବ ର ସଂପାଦକ ନେପାଳ ବାଗ, ସଭ୍ୟ ଟୁକୁ ବାଗ, ଅଜିତ ନାଗ, ଚନ୍ଦ୍ରମଣି ବରିହା, ଶୁଶିଲ ହରିପାଲ, ଟିଙ୍କୁ ବାଗ, ବିଷ୍ଣୁ ଦୀପ, ସୁରଥ କୁଅଁର, ବୃଷଭ ବାଗ, ଗାନ୍ଧୀ ନାଗ, ମୁକେଶ ନାଗ, ସନ୍ତୋଷ କୁମ୍ଭାର, ପିଣ୍ଟୁ ବାଗ, ବିକି କୁମ୍ଭାର, ସୁପାଲ ବାଗ, ରାଜିନ ମହାନନ୍ଦ, ଆଦି କୁମ୍ଭାର, ରାମକୃଷ୍ଣ କୁମ୍ଭାର, ସୁଜିତ ଦୀପ, ଶ୍ରୀକାନ୍ତ କୁମ୍ଭାର, ଦୁଷ୍ମନ୍ତ ନନ୍ଦ ଓ ପୂର୍ଣ୍ଣଚନ୍ଦ୍ର ନାଗ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶିକ୍ଷକ ସୂର୍ଯ୍ୟମଣି ଦୀପ ଓ ଧନ୍ୟବାଦ ସମ୍ବାଦିକ କୁନା ବାଗ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande