
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- 2025ରେ ସାମ୍ନାକୁ ଆସିଲା ମହିଳା ବିରୋଧୀ
ଅପରାଧର ତଥ୍ୟ । ଗୋଟିଏ ବର୍ଷରେ 32 ହଜାର 687 ମହିଳା ବିରୋଧୀ ହିଂସା ପଞ୍ଜିକୃତ ହୋଇଛି । 7378
ଜଣ ମହିଳାଙ୍କୁ ଅପହରଣ କରାଯାଇଥିଲା । ସେହିପରି 7382 ଅସଦାଚରଣ, 1183 ଯୌନ ନିର୍ଯ୍ୟାତନା, 5419 ଅଣ ଯୌତୁକ ଜନିତ ନିର୍ଯାତନା, 4361 ଯୌତୁକଜନିତ ନିର୍ଯାତନା
ସାମିଲ ଅଛି । 2994 ଧର୍ଷଣ ମାମଲା ରୁଜୁ ହୋଇଛି । ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ
ଉତ୍ତରରୁ ଏହା ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା