ସେକ୍ସ ରାକେଟ ସନ୍ଦେହରେ ପୋଲିସ ସ୍କାନରରେ ଅଛି ଓୟୋରୁମ
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)-ସେକ୍ସ ରାକେଟ ସନ୍ଦେହରେ ପୋଲିସ ସ୍କାନରରେ ଅଛି ଓୟୋରୁମ । ଜୁଲାଇ ୨୦୨୪ ଠାରୁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ଅଧୀନରେ ଅବୈଧ ସେକ୍ସ ରାକେଟ ସମ୍ୱନ୍ଧିତ କାର୍ଯ୍ୟକଳାପକୁ ରୋକିବା ପାଇଁ ଓୟୋହୋଟେଲଗୁଡ଼ିକରେ ନିୟମିତ ପାଟ୍ରୋଲିଂ ଓ ଚଢାଉ କରାଯାଉଛି ।
ସେକ୍ସ ରାକେଟ ସନ୍ଦେହରେ ପୋଲିସ ସ୍କାନରରେ ଅଛି ଓୟୋରୁମ


ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)-ସେକ୍ସ ରାକେଟ ସନ୍ଦେହରେ ପୋଲିସ ସ୍କାନରରେ ଅଛି ଓୟୋରୁମ । ଜୁଲାଇ ୨୦୨୪ ଠାରୁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ଅଧୀନରେ ଅବୈଧ ସେକ୍ସ ରାକେଟ

ସମ୍ୱନ୍ଧିତ କାର୍ଯ୍ୟକଳାପକୁ ରୋକିବା ପାଇଁ ଓୟୋହୋଟେଲଗୁଡ଼ିକରେ ନିୟମିତ ପାଟ୍ରୋଲିଂ ଓ ଚଢାଉ କରାଯାଉଛି ।

ଅକ୍ଟୋବର ଓ ନଭେମ୍ବର ୨୦୨୫ ଠାରୁ ଭୁବନେଶ୍ବରର

ବିଭିନ୍ନ ଅଞ୍ଚଳ, ବସ୍ତି, ଭଡ଼ାଘର ଓ ହୋଟେଲଗୁଡ଼ିକରେ ଚଢ଼ାଉ କରାଯାଇଛି । ସେକ୍ସ ରାକେଟ୍ ଚଳାଇଥିବା ମାଲିକ, ସଂପୃକ୍ତ ଦଲାଲ ଓ ଏଥିରେ ଲିପ୍ତ

ଥିବା ବ୍ୟକ୍ତିବିଶେଷଙ୍କ ଗିରଫ କରାଯାଇଛି । ଭୁବନେଶ୍ୱର ଲକ୍ଷ୍ମୀସାଗରର ଏକ ଘରେ ରେଡ କରାଯାଇ

ଜଣେ ଘର ମାଲିକଙ୍କୁ ଗିରଫ କରାଯାଇଥିଲା । ଏହି ସଂକ୍ରାନ୍ତରେ 3 ଦଲାଲ ଓ 4 ଜଣ ଗ୍ରାହକ ଗିରଫ

ହୋଇଥିଲେ । ସେହିପରି କ୍ୟାପିଟାଲ ହସ୍ପିଟାଲ ପାଖ ଏକ ଭଡ଼ା ଘରୁ ରେଡ କରାଯାଇ 2 ଦଲାଲ ଓ 4

ଗ୍ରାହକଙ୍କୁ ଗିରଫ କରାଯାଇଥିବା ନେଇ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନର ଲିଖିତ

ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande