ରାଜ୍ୟ ଏବଂ ଜାତୀୟସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ରାଜ୍ୟ ଏବଂ ଜାତୀୟସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ଆଜି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ
ମେଡାଲ


ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ରାଜ୍ୟ ଏବଂ ଜାତୀୟସ୍ତରର ବିଭିନ୍ନ କ୍ରୀଡ଼ା

ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ଆଜି

ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ

କରାଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି

ଭାବେ ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ସେମାନଙ୍କର ଅସାଧାରଣ ପ୍ରଦର୍ଶନ ପାଇଁ ପ୍ରଶଂସାପତ୍ର ସହ

ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ।

ଏହି ଅବସରରେ ଡିଜିପି ଶ୍ରୀ

ଖୁରାନିଆ ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କର ପ୍ରତିଭା, ଶୃଙ୍ଖଳା ଓ ଦୃଢ଼ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି । କ୍ରୀଡାବିତଙ୍କ ଏହି ସଫଳତା ରାଜ୍ୟ ଓ ଓଡ଼ିଶା ପୋଲିସ

ପାଇଁ ଗୌରବର ବିଷୟ ଏବଂ ସେମାନଙ୍କ ଏହି ସଫଳତା ଓଡ଼ିଶାର ଯୁବ ପିଢ଼ୀକୁ କ୍ରୀଡ଼ା ପ୍ରତି ଆକୃଷ୍ଟ

କରିବ ବୋଲି ସେ କହିଥିଲେ।

ଉଲ୍ଲେଖନୀୟ ଯେ, ନିକଟରେ ଆୟୋଜିତ ସର୍ବଭାରତୀୟ ପୋଲିସ ଓ ସିନିୟର ନ୍ୟାସନାଲ

ଚାମ୍ପିୟନସିପ୍–୨୦୨୬ରେ ଓଡ଼ିଶା ପୋଲିସର କ୍ରୀଡ଼ାବିତମାନେ ଏକାଧିକ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ରୋଇଂ ପ୍ରତିଯୋଗିତାରେ ରିତୁ କାଉଡି ଓ ସୋନାଲିକା ଦାସ

ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିଲେ। ସେହିପରି କ୍ୟାନୋଇଂ, କାୟାକିଂ, କରାଟେ ଏବଂ ଆଥଲେଟିକ୍ସ ମଧ୍ୟରେ ମଧ୍ୟ କ୍ରୀଡ଼ାବିତମାନେ ଉଲ୍ଲେଖନୀୟ

ସଫଳତା ଅର୍ଜନ କରିଛନ୍ତି।

ଅନ୍ୟପକ୍ଷରେ, କଟକରେ ଆୟୋଜିତ ୭୪ତମ ରାଜ୍ୟ ପୋଲିସ ଆଥଲେଟିକ୍ ଚାମ୍ପିୟନସିପ୍

୨୦୨୫–୨୬ରେ ଓଡ଼ିଶା ପୋଲିସର ୭ ଜଣ ଆଥଲେଟ୍ ୧୧ଟି ଭିନ୍ନ ବିଭାଗରେ ନୂତନ ‘ମିଟ୍ ରେକର୍ଡ’

ସୃଷ୍ଟି କରି ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ବିଘ୍ନରାଜ ମିରିଡ଼ିଆ, ଅଶୋକ ଦାଣ୍ଡସେନା, ସୁସ୍ମିତା ତିଗା ଓ ସବିତା ଟପ୍ପୋଙ୍କ ଭଳି କ୍ରୀଡ଼ାବିତମାନେ ନିଜ ନିଜ

ବର୍ଗରେ ଅସାଧାରଣ ପ୍ରଦର୍ଶନ କରି ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ସହ ଅନ୍ୟାନ୍ୟ

ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ପୋଲିସର କ୍ରୀଡ଼ା ଅଧିକାରୀ ଶ୍ରୀ

ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମକୁ ସଫଳଭାବେ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande