
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ଓଡ଼ିଶାର କିଛି
ନେତା ରାଜ୍ୟସଭା ନିର୍ବାଚନ ପରେ କହୁଛନ୍ତି ବିଜୁ ଲିଗାସି ପାଇଁ କାମ କରୁଛୁ। ମୁଁ ୮ ବର୍ଷ ବିଜୁ
ବାବୁଙ୍କୁ ସହ କାମ କରିଛି। ବିଜୁ ବାବୁଙ୍କୁ ପ୍ରଧାନମନ୍ତ୍ରୀ ପାଇଁ ଯେତେବେଳେ ପ୍ରସ୍ତାବ
ଆସୁଥିଲା ସେତେବେଳେ ଏହି ଲୋକମାନେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ କରିଥିଲେ ବୋଲି
କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ପ୍ରଧାନମନ୍ତ୍ରୀ ହେବାରୁ ବିଜୁ
ବାବୁଙ୍କୁ ବଞ୍ଚିତ କଲେ। ଏଜେଣ୍ଟଙ୍କୁ ଦେଖେଇବାକୁ ବ୍ୟବସ୍ଥା ନ ଥିଲେ ଯେଉଁମାନେ କ୍ରସ ଭୋଟ
କରିଥାନ୍ତେ ଆଗରେ ଆସିକି ଅନ୍ୟମାନଙ୍କ ନାଁରେ କହିଥାନ୍ତେ। ଯାହା ୨୦୦୨ ରେ ହୋଇଥିଲେ। କେବଳ
ଟିକେଟ ପାଇବାକୁ ଏମାନେ ବିଜୁ ବାବୁଙ୍କ ନାଁ ନେଇଥିଲେ। ୧୯୯୦ ମସିହାରେ ମୋ ବିରୋଧରେ ମଧ୍ୟ
ଚକ୍ରାନ୍ତ କରିଥିଲେ। ମାଠିଆ ଚିହ୍ନ ଥିଲା। ୧୯୯୫ ରେ ମୋ ବିରୋଧରେ କ୍ୟାଣ୍ଡିଡେଟ ଦେଇଥିଲେ
ଯାହାର ଚିହ୍ନ ସାଇକେଲ ଚିହ୍ନ ଥିଲା। ବିଜୁ ବାବୁଙ୍କ ପ୍ରାର୍ଥୀ ବିରୋଧରେ ଏମାନେ ପ୍ରାର୍ଥୀ
ଦେଉଥିଲେ ଯାହାର ମୁଁ ଭୁକ୍ତଭୋଗୀ। ନବୀନ ଯାହା ନିଷ୍ପତ୍ତି ନେଇଛନ୍ତି ତାଙ୍କୁ ସସ୍ପେଣ୍ଡ
କରାଯାଇଛି ତାଙ୍କ ବିରୋଧରେ ଆମେ ସୁପ୍ରିକୋର୍ଟ ଯିବୁ। ସତ ସାହସ ଥିଲେ ରିଜାଇନ୍ ଦେଇ ଯେଉଁ ଦଳ
ପାଇଁ ଭୋଟ ଦେଇଛନ୍ତି ତାଙ୍କ ସାହାଯ୍ୟରେ ଜିତିକି ଆସନ୍ତୁ ସେ ନେତା ବୋଲି ମାନିବୁ। ଯେ
ପର୍ଯ୍ୟନ୍ତ ଭୁଲ୍ ମାନିନାହାନ୍ତି ଆମେ ତାଙ୍କ ବିରୋଧରେ ଲଢ଼ିବୁ। କ୍ରସ ଭୋଟିଂ କରିଥିବା ଓ
ଅନ୍ୟାୟ ଭାବେ ଭୋଟ ଦେଇଥିବା ନେତାଙ୍କ ବିରୋଧରେ ଆମେ ଲଢ଼ିବୁ ବୋଲି ପ୍ରମିଳା ମଲ୍ଲିକ
କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା