
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ଆଜି ସୋମବାର
ଦିନ କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରଦୀପର ବସନ୍ତ ମିଳନ ଉତ୍ସବ
ଉପଲକ୍ଷେ ଏକ ବନ୍ଧୁମିଳନ ଓ ପାଠକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଅଧ୍ୟକ୍ଷତା
କରିଥିଲେ ଗଣ ପ୍ରକାଶନୀ ଟ୍ରଷ୍ଟ ବୋର୍ଡ଼ର ସଭାପତି ତଥା ପୂର୍ବତନ ସେନା ଅଧିକାରୀ ଶ୍ରୀ ବିଜୟ
କୁମାର ଦାଶ । ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରଦୀପର ପୂର୍ବତନ ସମ୍ପାଦକ ଶ୍ରୀ ଜଗବନ୍ଧୁ ମିଶ୍ର
‘ଶତାବ୍ଦୀ ବର୍ଷରେ ତଥା ତା’ର ପରବର୍ତ୍ତୀ ଆହ୍ୱାନ ପୂର୍ଣ୍ଣ ସମୟରେ ପତ୍ର ପତ୍ରିକାର ଭୂମିକା’
ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ରାଷ୍ଟ୍ରଦୀପ ଭଳି ପତ୍ରିକାମାନଙ୍କର କିପରି ବିଶେଷ ଭୂମିକା
ରହିଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଉତ୍ସବର ପ୍ରାରମ୍ଭରେ କଲେଜ ଛକ ସରସ୍ୱତୀ ଶିଶୁ
ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ଏବଂ ସାଇ ସାର୍ଥକ ପ୍ରଧାନ
ବ୍ୟକ୍ତିଗତ ଗୀତ ଗାନ କରିଥିଲେ । ସହ ସମ୍ପାଦିକା ପ୍ରଜ୍ଞା ପରିମିତା ଆଚାର୍ଯ୍ୟ ମଞ୍ଚ ପରିଚାଳନା
ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ରାଷ୍ଟ୍ରଦୀପ ପରିଚାଳନା ସମିତିର ସମ୍ପାଦକ ଶ୍ରୀ
ସତ୍ୟ ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରାଷ୍ଟ୍ରଦୀପର ପରିଚାଳକ ଜ୍ୟୋତିପ୍ରକାଶ
ମିଶ୍ର,
କୋଷାଧ୍ୟକ୍ଷ ଆଶୁତୋଷ ମହାପାତ୍ର, ବ୍ୟବସ୍ଥା ପ୍ରମୁଖ କୁଳମଣି ପ୍ରଧାନ, କରୁଣାକର ସ୍ୱାଇଁ, ବିକ୍ରମ ରାଉତ, ଅରଜିତ ପାଣ୍ଡେ, ଗଣନାଥ ଲେଙ୍କା ଆଦି କର୍ମକର୍ତ୍ତାଙ୍କ ସହଯୋଗ ତଥା ରାଷ୍ଟ୍ରଦୀପର
ଲେଖକ,
ପାଠକ, ଶୁଭେଚ୍ଛୁ ଏବଂ ବହୁ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ସଭା ସାଫଲ୍ୟମଣ୍ଡିତ ହୋଇଥିଲା । ଶେଷରେ
ବନ୍ଦେ ମାତରମ୍ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା