ପଶ୍ଚିମବଙ୍ଗର ୩୬ ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଓଡ଼ିଶା ବିଜେପି ନେତାଙ୍କୁ ଦାୟିତ୍ଵ
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.) ଓଡ଼ିଶାର ବିଜେପି ବିଧାୟକ, ମନ୍ତ୍ରୀ ନେତାଙ୍କ ପ୍ରଚାର ଆରମ୍ଭ - ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଓଡ଼ିଆ ବିଜେପି ନେତାଙ୍କୁ ଗୁରୁଦାୟିତ୍ଵ ମିଳିଛି। ଓଡ଼ିଶା ବିଜେପି ବିଧାୟକ, ମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତା ପ୍ରଚାର କରୁଛନ୍ତି। ପଶ୍ଚ
ପଶ୍ଚିମବଙ୍ଗର ୩୬ ଟି     ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଓଡ଼ିଶା ବିଜେପି ନେତାଙ୍କୁ ଦାୟିତ୍ଵ


ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)

ଓଡ଼ିଶାର ବିଜେପି ବିଧାୟକ, ମନ୍ତ୍ରୀ ନେତାଙ୍କ ପ୍ରଚାର ଆରମ୍ଭ

- ପଶ୍ଚିମବଙ୍ଗ

ନିର୍ବାଚନ ପାଇଁ ଓଡ଼ିଆ ବିଜେପି ନେତାଙ୍କୁ ଗୁରୁଦାୟିତ୍ଵ ମିଳିଛି। ଓଡ଼ିଶା ବିଜେପି ବିଧାୟକ, ମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତା ପ୍ରଚାର

କରୁଛନ୍ତି।

ପଶ୍ଚିମବଙ୍ଗର ୩୬ ଟି ବିଧାନସଭା

ନିର୍ବାଚନମଣ୍ଡଳୀ ପାଇଁ ଓଡ଼ିଶାର ବିଜେପି ନେତାଙ୍କୁ ଦାୟିତ୍ଵ ଦିଆଯାଇଛି। ପଶ୍ଚିମବଙ୍ଗର ଓଡ଼ିଆ

ଭାଷାଭାଷୀ ବସବାସ କରୁଥିବା ଅଞ୍ଚଳରେ ଦଳୀୟ ନେତା ନିର୍ବାଚନ ପରିଚାଳନା କରୁଛନ୍ତି। ନିର୍ବାଚନ

ମଣ୍ଡଳୀ ୱାରୀ ନେତାଙ୍କୁ ଦାୟିତ୍ଵ ଦିଆଯାଇଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

କହିଛନ୍ତି। ଓଡ଼ିଶା ସୀମାନ୍ତବର୍ତ୍ତି ପଶ୍ଚିମବଙ୍ଗ ନିର୍ବାଚନ ମଣ୍ଡଳୀରେ ଦଳ ପାଇଁ ପ୍ରଚାର

କରିବେ ରାଜ୍ୟ ବିଜେପି ନେତା। ପଶ୍ଚିମବଙ୍ଗର ୩୬ ଟି ନିର୍ବାଚନ ମଣ୍ଡଳୀରୁ ଚବିଶପ୍ରଗଣାର ୬ ଓ

କଲିକତା ୩ ଟି ନିର୍ବାଚନ ମଣ୍ଡଳୀରେ ଦଳୀୟ ନେତା ପ୍ରଚାର କରିବେ। ଓଡ଼ିଶାର ବିଜେପି ବିଧାୟକ, ମନ୍ତ୍ରୀ

ଦୁଇ ମାସ ପୂର୍ବରୁ ପଶ୍ଚିମବଙ୍ଗରେ କାମ ଆରମ୍ଭ କରି ଦେଇଛନ୍ତି। ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର,

ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର

ଜିଲ୍ଲାର ନେତାକୁ ଏହି ଦାୟିତ୍ଵ ଦିଆଯାଇଛି। ତା ସହିତ ଅନ୍ୟ ଜିଲ୍ଲାର ବିଜେପି ନେତା ମନ୍ତ୍ରୀ,

ବିଧାଧ୍ୟାୟକ ମଧ୍ୟ ପଶ୍ଚିମବଙ୍ଗ ପ୍ରଚାର ପାଇଁ ଯିବେ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande