
ଜୟପୁର, 25 ମାର୍ଚ୍ଚ (ହି.ସ.) ଜୟପୁର ଜୟନଗରସ୍ଥିତ ପାଇକ ସାହିରେ ଥିବା ସାରସ୍ୱତ ବାଲ ମନ୍ଦିର ପ୍ରାଙ୍ଗଣରେ ବହୁ ଆଡ଼ମ୍ବରରେ ପାଳିତ ହୋଇସାରିଛି ବିଦ୍ୟାଳୟର ବାର୍ଷିକ ପ୍ରଦର୍ଶନୀ ଉତ୍ସବ। ଅନୁଷ୍ଠାନର ଅଧ୍ୟକ୍ଷା, ଶିକ୍ଷୟିତ୍ରୀଗଣ, ଛାତ୍ରଛାତ୍ରୀ, ପରିଚାଳନା କମିଟି ଏବଂ ଅଭିଭାବକମାନଙ୍କର ପୂର୍ଣ୍ଣ ସହଯୋଗରେ ଏହି ଦିବସଟି ରୋମାଂଚକର ହୋଇପାରିଥିଲା। ଶୀଯୁକ୍ତ ହରିହର କରସୁଧା ପଟ୍ଟନାୟକଙ୍କ ଦ୍ୱାରା ଅନୁଷ୍ଠାନର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରୀଫଳ ଭଗ୍ନ ପୂର୍ବକ ଆନୁଷ୍ଠାନିକ ରୀତିରେ ପ୍ରଦର୍ଶନୀର ଉଦଘାଟନ କରାଯାଇଥିଲା।କାର୍ଯ୍ୟକ୍ରମରେ ଗୋଷ୍ଠିଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ କୁମାର ନାୟକ, ସି ଆର ସି ସି ରୁଦ୍ରପ୍ରସନ୍ନ ପାଣିଗ୍ରାହି, ରାମେଶ୍ୱର ପଣ୍ଡା, ବିଜୟଲକ୍ଷ୍ମୀ ସ୍ବାଇଁ ଯୋଗଦ ଦେଇଥିଲେ। ଅତିଥିଙ୍କ ଉପସ୍ଥିତି ଅଭିଭାଷଣ ଏବଂ ପରିଦର୍ଶନରେ ଚଳଚଞ୍ଚଳ ହୋଇଥିଲା କାର୍ଯ୍ୟକ୍ରମ। ଏଭଳି ଏକ ପ୍ରାଥମିକ ଅନୁଷ୍ଠାନରେ ଏକା ସମୟରେ ଆୟୋଜିତ ହୋଇଥିଲା ବିଜ୍ଞାନ, ସାହିତ୍ୟ, ମହାପୁରୁଷଙ୍କ ଫଟୋ, ଫୁଲ, ଔଷଧୀୟ ବୃକ୍ଷ, ଟେଡି, ଖାଦ୍ୟ, ଅସ୍ତ୍ରଶସ୍ତ୍ର, ଗୃହ ସୁସଜ୍ଜିକରଣ ବୃକ୍ଷ, ଡ୍ରଇଂ, ଝୋଟି, ଶସ୍ୟ, ମାପ ଉପକରଣ ଏବଂ ହସ୍ତକର୍ମ ଭଳି ବାରଟି ପ୍ରଦର୍ଶନୀ । ମୁଖ୍ୟ ମଞ୍ଚରେ ଅବ୍ୟାହତ ରହିଥିଲା ପିଲାମାନଙ୍କ ଦ୍ୱାରା ପରିବେଷଣ ହେଉଥିବା ଗୀତ, ନୃତ୍ୟ,ଗପ, କବିତା ଆବୃତ୍ତି, ଅନୁଭୂତି ବର୍ଣ୍ଣନା ଏଵଂ ନୃତ୍ୟ। ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ହସ୍ତକର୍ମକୁ ଅଭିଭାବକମାନେ ମୂଲ୍ୟଦେଇ କିଣି ନେଉଥିଲେ ଏବଂ ପ୍ରୋତ୍ସାହନ ଦେଉଥିଲେ। ଅଭିଭାବକମାନଙ୍କ ଦ୍ୱାରା ମଧ୍ୟ ଗୁପୁଚୁପୁ, ଦହିବରା, ଚଣାମସଲା, ସ୍ୱିଟ କର୍ଣ୍ଣ, ଝାଲ ମୁଢି ଆଦି ଖାଦ୍ୟ ଦୋକାନ କରାଯାଇ ଦର୍ଶକଙ୍କୁ ଖାଦ୍ୟ ବିକ୍ରି କରାଯାଉଥିଲା। ଏମିତି କହିବାକୁ ଗଲେ ଏକ ମିନି ମିନାବଜାର ଆଜି ଏହି ଅନୁଷ୍ଠାନରେ ଅନୁଷ୍ଠିତ ହୋଇଥିଲା। କୁନି କୁନି ପିଲାମାନଙ୍କର ନିଖୁଣ ପ୍ରଦର୍ଶନରେ ଅନୁଷ୍ଠାନର ସାଧନା, ନିଷ୍ଠା ଏବଂ କାର୍ତ୍ତବ୍ୟନିଷ୍ଠତା ପ୍ରତିଫଳିତ ହେଉଥିଲା। ଜୟପୁରର ଅନେକ ବରିଷ୍ଠ ବ୍ୟକ୍ତିତ୍ୱ ଏମ. ଡି. ସରିଫ, , ପଦ୍ମ ଚରଣ, ପଦ୍ମିନୀ ପାଢ଼ୀ, ସୁଚିସ୍ମିତା ମହାନ୍ତି, ଅ, ଉଦୟ ଶଙ୍କର ଜାନୀ, ଗୋପାଳ ସାମନ୍ତରାୟ, ରାମନାଥ ତ୍ରିପାଠୀ, କିଶୋର ତ୍ରିପାଠୀ, ରାଧାମହନ ପଣ୍ଡା, ଲାଲୁ ମିଶ୍ର,ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଅନୁଷ୍ଠାନର ଭୁୟସୀ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମ କୁ ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ, ସଭାପତି ଅନୁପ କୁମାର ସାମନ୍ତରାୟ ପରିଚାଳନା କରିଥିଲେ। ବିଦ୍ୟାଳୟ ର ଅଧକ୍ଷା ରିତାଲି ସାହୁ ଏବଂ ଅନ୍ୟାନ୍ୟ ଶିକ୍ଷୟତ୍ରୀ ମନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି