
କେନ୍ଦ୍ରାପଡ଼ା,୨୫ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଶତାଧିକ ଛାତ୍ର/ଛାତ୍ରୀ ଗ୍ରୀଷ୍ମତାପରେ ରାଜ୍ୟ ରାଜପଥରେ ଯାତାୟତ କରୁଥିବା ଗାଡ଼ିଚାଳକ ଓ ବାଟୋଇମାନଙ୍କୁ ପଣା ବଂଟନ କରିଥିଲେ। ଏଥିସହିତ ଲୋକମାନଙ୍କୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ସଚେତନ କରାଇଥିଲେ। ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ମୃତ୍ୟୁଞ୍ଜୟ ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିଶିରକାନ୍ତ ମହାପାତ୍ର, ଅଧ୍ୟକ୍ଷା ଆଦ୍ୟାରଶ୍ମୀ ମହାପାତ୍ର, ଡକ୍ଟର ମନୋରଞ୍ଜନ ରାଉତ, ଅଶୋକ ମଳିକ, କିଷନ ନିମାଇଙ୍କ ସମେତ ମହାବିଦ୍ୟାଳୟର ଶତାଧିକ ଛାତ୍ର/ଛାତ୍ରୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି