
ଭୁବନେଶ୍ୱର, ୨୫ ମାର୍ଚ୍ଚ (ହି.ସ.)- ସରକାରୀ ବାବୁ ଓ ଧନୀ ଲୋକଙ୍କୁ ରାସନ କାର୍ଡ ମିଳିଥିଲା। ଏପରି ୨୧ ହଜାର ୩୨୯ ଅଯୋଗ୍ୟ ରାସନ କାର୍ଡ଼ରେ ଥିବା ୭୬ ହଜାର ୪୬୭ ସଦସ୍ୟଙ୍କୁ ବାଦ ଦିଆଯାଇଛି। ସେହିପରି ଧାର୍ଯ୍ୟ ମାସିକ ଆୟରୁ ଅଧିକ ବର୍ଗରେ ଥିବା ୧୩ ହଜାର ୭୩୫ ଅଯୋଗ୍ୟ ରାସନ କାର୍ଡ଼ରେ ଥିବା ୪୯ ହଜାର ୮୯୭ ସଦସ୍ୟ, ସମୁଦାୟ ୩୫ ହଜାର ୦୬୪ ଅଯୋଗ୍ୟ ରାସନ କାର୍ଡ଼ରେ ଥିବା ୧ ଲକ୍ଷ ୨୬ ହଜାର ୩୬୪ ସଦସ୍ୟ ରାସନ କାର୍ଡ଼ରୁ ବାଦ ପଡିଛନ୍ତି। ସେହିପରି ଭୂତ ବି ପାଇଥିଲେ ରାସନ କାର୍ଡ । ଏହିପରି ୭ଲକ୍ଷ ୮୦ ହଜାର ୩୪୧ ଜଣ ମୃତ ବ୍ୟକ୍ତିଙ୍କୁ ମଧ୍ୟ ରାସନ କାର୍ଡ଼ରୁ ବାଦ ଦିଆଯାଇଛି ବୋଲି ଗୃହରେ ଲିଖିତ ଭାବେ ଉତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା