ବିଜେଡି ନିଜ ଦୋଷ ଦୁର୍ବଳତା ଲୁଚେଇବାକୁ ପ୍ରତିବାଦ କରୁଛି- ସରୋଜ ପ୍ରଧାନ
ଭୁବନେଶ୍ୱର, 25 ମାର୍ଚ୍ଚ (ହି.ସ.)- ବିଜେଡି ଓ କଂଗ୍ରେସ ବିଧାୟକଙ୍କ ପ୍ରତିବାଦକୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବିଜେଡି ନିଜ ଦୋଷ ଦୁର୍ବଳତା ଲୁଚେଇବାକୁ ଏମିତି କରୁଛନ୍ତି। ତାଙ୍କ ମୁଖ୍ୟମନ୍ତ୍ରୀ ଦୁର୍ବଳ
ବିଜେଡି ନିଜ ଦୋଷ ଦୁର୍ବଳତା     ଲୁଚେଇବାକୁ ପ୍ରତିବାଦ କରୁଛି- ସରୋଜ ପ୍ରଧାନ


ଭୁବନେଶ୍ୱର, 25 ମାର୍ଚ୍ଚ (ହି.ସ.)- ବିଜେଡି ଓ

କଂଗ୍ରେସ ବିଧାୟକଙ୍କ ପ୍ରତିବାଦକୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରତିକ୍ରିୟା

ରଖିଛନ୍ତି । ସେ କହିଛନ୍ତି ଯେ, ବିଜେଡି ନିଜ ଦୋଷ ଦୁର୍ବଳତା ଲୁଚେଇବାକୁ ଏମିତି କରୁଛନ୍ତି।

ତାଙ୍କ ମୁଖ୍ୟମନ୍ତ୍ରୀ ଦୁର୍ବଳ ଥିଲେ। ଆମ ମୁଖ୍ୟମନ୍ତ୍ରୀ ସବଳ ଅଛନ୍ତି। ଆମ ସାଶନ କାହା

ଇଙ୍ଗିତରେ ଚାଲି ନାହିଁ। ଆଲୋଚନା କରିବାକୁ ଆମେ ବିରୋଧୀଙ୍କୁ ସୁଯୋଗ ଦେଉଛି । ନୂଆପଡା ଉପନିର୍ବାଚନରେ

ପରାଜୟ ଓ ରାଜ୍ୟସଭା ନିର୍ବାଚନରେ ପରାଜୟକୁ ନେଇ ସେ ଭୟବିତ।ନିଜ ଦଳ ଭିତରେ ଯେଉଁ ବିଶୃଙ୍ଖଳା

ଅଛି ତାକୁ ଲୁଚେଇବା ପାଇଁ ନାଟକ କରୁଛନ୍ତି। ଏହା ଦୁଃଖର କଥା । ଏହା ରାଜ୍ୟରେ ଏକ କଳଙ୍କିତ

ଅଧ୍ୟାୟ। ତାଙ୍କ ମୁଖ୍ୟମନ୍ତ୍ରୀ କଣ କରୁଥିଲେ ଥିଲେ ଆପଣ ଜାଣନ୍ତୁ। ବିରୋଧୀ ଦଳ ପୂର୍ବରୁ ଆସୁ ନଥିଲେ ଏବେ କଣ ଏହି ନାଟକ

କରିବାକୁ ଆସୁଛନ୍ତି କି। ଆମେ ବାରମ୍ବାର ସର୍ବଦଳୀୟ ବୈଠକ ଡକାଉଛୁ। ସେମାନେ ଆଲୋଚନାର କୌଣସି

ସୁଫଳ ମିଳୁ ନାହିଁ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande