ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ୨୦୨୬ରେ ଓଡ଼ିଶାର କ୍ରୀଡ଼ାବିତ୍ମାନଙ୍କ ସଫଳତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 28 ମାର୍ଚ୍ଚ (ହି.ସ.)- ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ୨୦୨୬ରେ ଓଡ଼ିଶାର କ୍ରୀଡ଼ାବିତ୍ମାନଙ୍କ ସଫଳତାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛତିଶଗଡ଼ରେ ଚାଲିଥିବ
ଖେଳ


ଭୁବନେଶ୍ୱର, 28 ମାର୍ଚ୍ଚ (ହି.ସ.)- ପ୍ରଥମ ଖେଲୋ

ଇଣ୍ଡିଆ ଜନଜାତି କ୍ରୀଡ଼ା ୨୦୨୬ରେ ଓଡ଼ିଶାର କ୍ରୀଡ଼ାବିତ୍ମାନଙ୍କ ସଫଳତାକୁ ପ୍ରଶଂସା

କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ

କହିଛନ୍ତି ଯେ, ଛତିଶଗଡ଼ରେ ଚାଲିଥିବା ପ୍ରଥମ ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା ୨୦୨୬ରେ ଓଡ଼ିଶାର

କ୍ରୀଡ଼ାବିତ୍ମାନଙ୍କ ଅସାଧାରଣ ସଫଳତା ରାଜ୍ୟ ପାଇଁ ଗୌରବର ବିଷୟ। ଏଯାବତ ସନ୍ତରଣକ୍ଷେତ୍ରରେ ୪ଟି ସ୍ୱର୍ଣ୍ଣ ଓ ୭ଟି କାଂସ୍ୟ ସହ ମୋଟ ୧୧ଟି ପଦକ ଏବଂ

ଭାରୋତ୍ତୋଳନକ୍ଷେତ୍ରରେ ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ସହ ମୋଟ ୬ଟି ପଦକ ଜିତି ଆମର

ପ୍ରତିଭାମାନେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି।

ଜାତୀୟ ସ୍ତରର ଏହି

ପ୍ରତିଯୋଗିତାରେ ଆମ ରାଜ୍ୟର ଜନଜାତି କ୍ରୀଡ଼ାବିତ୍ମାନଙ୍କ ଏହି ଉଲ୍ଲେଖନୀୟ ପ୍ରଦର୍ଶନ

ସେମାନଙ୍କ ନିଷ୍ଠା ଓ କଠିନ ପରିଶ୍ରମର ପ୍ରତିଫଳନ। ଏହି କୃତିତ୍ୱ ପାଇଁ ମୁଁ ସମସ୍ତ ବିଜୟୀ

କ୍ରୀଡ଼ାବିତ୍ଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି। ସମସ୍ତ କ୍ରୀଡ଼ାବିତ୍ଙ୍କର ଉତ୍ତରୋତ୍ତର

ଉନ୍ନତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande