କରାଣ୍ଡିଆ ନଦୀରେ ଅବୈଧ ବାଲି ଚାଲାଣ
କେନ୍ଦ୍ରାପଡ଼ା,୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ କରାଣ୍ଡିଆ ନଦୀରୁ ଅବୈଧ ବାଲି ଚାଲଣ ଚାଲିଥିବା ସମୟରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ଚେରା ବାଲି ଭର୍ତି ଥିବା ଗୋଟିଏ ଟ୍ରାକ୍ଟରକୁ ଜବତ କରାଯାଇଥିଲା। ଜବତ ହୋଇଥିବା ଗାଡିରେ ଗାଡି ଓ ଡାଲା
---------------କରାଣ୍ଡିଆ ନଦୀରେ ଅବୈଧ ବାଲି ଚାଲାଣ


କେନ୍ଦ୍ରାପଡ଼ା,୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ କରାଣ୍ଡିଆ ନଦୀରୁ ଅବୈଧ ବାଲି ଚାଲଣ ଚାଲିଥିବା ସମୟରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ଚେରା ବାଲି ଭର୍ତି ଥିବା ଗୋଟିଏ ଟ୍ରାକ୍ଟରକୁ ଜବତ କରାଯାଇଥିଲା। ଜବତ ହୋଇଥିବା ଗାଡିରେ ଗାଡି ଓ ଡାଲାର କୌଣସି ନମ୍ବର ନଥିବା ଦେଖିବାକୁ ମିଳିଥିଲା, ଯାହା ଅବୈଧ କାର୍ଯ୍ୟର ସ୍ପଷ୍ଟ ପ୍ରମାଣ ମିଳିଛି।ଏହା ସହିତ ଏକ ପଥର ଭର୍ତି ଗାଡିକୁ ମଧ୍ୟ ଖଣି ବିଭାଗ ପକ୍ଷରୁ ଜବତ କରାଯାଇଛି। ଏହି ଅଭିଯାନରେ ଖଣି ଅଧିକାରୀଙ୍କ ଦୃଢ଼ ପଦକ୍ଷେପକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଥିବା ସହ ଧନ୍ୟବାଦ ଜଣାଇଛନ୍ତି। ସ୍ଥାନୀୟ ଅଂଚଳରେ ଦୀର୍ଘଦିନ ଧରି ଅବୈଧ ବାଲି ଓ ପଥର ଚାଲଣ ଚାଲିଥିବା ଅଭିଯୋଗ ରହିଥିଲା। ଏହି ଚଢ଼ାଉ ପରେ ଏପରି ଅବୈଧ କାର୍ୟ୍ୟରେ ଲିପ୍ତ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ଏପରି ଅଭିଯାନ ଆଗାମୀ ଦିନରେ ଆହୁରି ଜୋରଦାର କରାଯିବ ବୋଲି ସୂଚନା ମିଳିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande