ବିଶ୍ଵ ନାଟ୍ୟ ଦିବସ ପାଳିତ
ଖୋର୍ଦ୍ଧା, ୨୮ ମାର୍ଚ୍ଚ (ହି.ସ.)- ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ଉତ୍ସବରେ ଉପ ଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟକ ପରମ୍ପରା ସମ୍ପର୍କରେ ଅବଗତ କରାଇବା ସହ ମଞ୍ଚ
Natya


ଖୋର୍ଦ୍ଧା, ୨୮ ମାର୍ଚ୍ଚ (ହି.ସ.)- ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଆନୁକୁଲ୍ୟରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ଉତ୍ସବରେ ଉପ ଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟକ ପରମ୍ପରା ସମ୍ପର୍କରେ ଅବଗତ କରାଇବା ସହ ମଞ୍ଚ ନାଟକ ଦ୍ୱାରା ଆବହମାନ କାଳରୁ କେଉଁ ଭଳି ଭାବେ ସମାଜ ପ୍ରଭାବିତ ହୋଇ ଆସିଛି ତାହାର ବଳିଷ୍ଠ ପ୍ରମାଣ ଦେଇଥିଲେ। ବିଶ୍ଵ ନାଟ୍ୟ ଦିବସ ପାଳନ ଉତ୍ସବର ଆୟୋଜନ ଓ ପରିଚାଳନା କ୍ଷେତ୍ରରେ ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ସମ୍ପାଦକ ଗିରିଶ ନନ୍ଦ, ନାଟ୍ୟକାର, ନିର୍ଦ୍ଦେଶକ ଏବଂ ସମସ୍ତ କଳାକାର, କର୍ମକର୍ତା, ସଭ୍ୟ ମାନଙ୍କର ଉଦ୍ୟମରେ ଏହି ଉତ୍ସବ ଆୟୋଜନ କରାଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ଦର୍ଶକ ମଣ୍ଡଳୀ କରତାଳି ଦେଇ ସମର୍ଥନ କରିଥିଲେ । ସମାଜରେ ସୁଧାର ଆଣିବା ପାଇଁ ନାଟକର ପରମ୍ପରାକୁ ଉଜ୍ଜୀବିତ କରିବାର ଆବଶ୍ୟକତା ଉପରେ ସମ୍ମାନୀୟ ଅତିଥି ଡଃ. ବିଜୟ କୁମାର ସେଠୀ, ତହସିଲଦାର ବୋଲଗଡ଼ ମତ ପ୍ରକାଶ କରିଥିଲେ। ଏବଂ ମଞ୍ଚ ନାଟକରେ ଥିବା ଆଦର୍ଶ, ନୀତି, ରୀତି ଓ ସମାଜିକ ମୂଲ୍ୟବୋଧ ସମ୍ପର୍କରେ ସୁନ୍ଦର ଏବଂ ସରଳ ଭାଷାରେ ପ୍ରାଞ୍ଜଳ ଭାବରେ ଉଦବୋଧନ ଦେଇ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ।

ସମ୍ମାନିତ ଅତିଥି ଡଃ. ଅନ୍ତର୍ଯ୍ୟାମୀ ତ୍ରିପାଠୀ, ନାଟ୍ୟ ସଂସ୍ଥା ଗୁଡିକର ଉତଥାନ ନିମନ୍ତେ ଉଦ୍ୟମ ଜାରି ରଖିବା ପାଇଁ ମଞ୍ଚ କଳାକାର ଓ ନାଟ୍ୟ ଅନୁଷ୍ଠାନ ମାନଙ୍କୁ ଉତ୍ସାହିତ କରିଥିଲେ । ବିଶ୍ଵନାଥ ସାହୁ ସଭାପତି ପଦ ଅଳଙ୍କୃତ କରି ନାଟକଟିଏ ମଞ୍ଚସ୍ଥ କରିବାରେ ଯେଉଁ ଆର୍ଥିକ ସମସ୍ୟାକୁ ଗୁଡ଼ିକୁ ସାମ୍ନା କରିବାକୁ ପଡୁଛି ଏ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ମଧ୍ୟରେ ଏକ ଆଲୋଚନାଚକ୍ର ବିଷୟ:- ଓଡ଼ିଆ ନାଟକର ସମାଜରେ ମୂଲ୍ୟବୋଧ ପ୍ରସଙ୍ଗ ସହିତ ଦୁଇଗୋଟି କ୍ଷୁଦ୍ର ନାଟକ ମଞ୍ଚସ୍ଥ ହୋଇଥିଲା। ପ୍ରଥମ କ୍ଷୁଦ୍ର ନାଟକ କବାଡି ବାଲା ରଚନା ନିର୍ଦ୍ଦେଶନା ଡଃ. ଅନ୍ତର୍ଯ୍ୟାମୀ ତ୍ରିପାଠୀ ଜଟଣୀ ଡାକ୍ତରଖାନାର କର୍ମଚାରୀଙ୍କ ଦ୍ଵାରା ପରିବେଷଣ ହୋଇଥଲା ଓ ଦ୍ଵିତୀୟ ହାସ୍ୟ ରସାତ୍ମକ ନାଟକ ମଲମ ରଚନା କେଳୁଚରଣ ସାମନ୍ତରାୟ ଓ ସଚିଦାନନ୍ଦ ବାରିକଙ୍କ ଦ୍ବାରା ନିର୍ଦ୍ଦେଶିତ ନାଟକ ମଞ୍ଚସ୍ଥ ହେଉଥିଲା। ଉପସ୍ଥିତ ଦର୍ଶକ ମଣ୍ଡଳୀରେ ହସ ର ଲହରୀ ଖେଳି ଯାଇଥିଲା। ଉକ୍ତ ସଭାର ଦର୍ଶକଙ୍କ ଗହଣରେ ବିଧାନ ମହାନ୍ତିଙ୍କ ସମେତ ସଚ୍ଚୀ ରାଉତରାୟ ସାହିତ୍ୟ ସଂସଦ ଗୁରୁଜଙ୍ଗର ସଭ୍ୟସଭ୍ୟା, ଶ୍ରୀଶ୍ରୀ ଚଦ୍ର ଶେଖର ନାଟ୍ୟ ସାଂସଦର କଳାକାର ମାନେ ଦର୍ଶକ ଆସନ ଅଳଙ୍କୃତ କରିଥିଲେ।

ଶେଷରେ ମୁଖ୍ୟ ବକ୍ତା ଜୀତେନ୍ଦ୍ର ପଟ୍ଟନାୟକ ବିଶ୍ୱରେ ପ୍ରଚଳିତ ନାଟକର ଐତିହ୍ୟ ପ୍ରସଙ୍ଗରେ ଆଲୋକପାତ କରି ଓଡ଼ିଆ ମଞ୍ଚ ନାଟକକୁ ସମୃଦ୍ଧ କରିବା ପାଇଁ ସୁକ୍ଷ୍ମ ଭାବ ଧାରାରେ ଭାସିଯିବା ପାଇଁ ମଞ୍ଚର ମଣିଷ ମାନଙ୍କୁ ଆହ୍ବାନ ଦେଇଥିଲେ ଏବଂ ସମାଜରେ ଏକ ଜାଗରଣ ସୃଷ୍ଟି କରିବା ପାଇଁ ନିବେଦନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande