ବର୍ଷକ ଭିତରେ 230 ଜଣ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ
ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ଚଳିତ ଆର୍ଥିକ ବର୍ଷ ଏପ୍ରିଲ 2025 ଠାରୁ ମାର୍ଚ୍ଚ 2026 ସୁଦ୍ଧା ରାଜ୍ୟରେ 230 ଜଣ ସରକାରୀ ଅଧିକାରୀ/କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ 52 ଜଣ ପ୍ରଥମ ଶ୍ରେଣୀ ଏବଂ 41 ଜଣ ଦ୍ୱିତୀୟ ଶ୍ରେଣୀ ଅ
ବର୍ଷକ ଭିତରେ 230 ଜଣ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ


ଭୁବନେଶ୍ୱର, 30 ମାର୍ଚ୍ଚ (ହି.ସ.)- ଚଳିତ ଆର୍ଥିକ ବର୍ଷ ଏପ୍ରିଲ 2025 ଠାରୁ ମାର୍ଚ୍ଚ 2026 ସୁଦ୍ଧା ରାଜ୍ୟରେ 230 ଜଣ ସରକାରୀ

ଅଧିକାରୀ/କର୍ମଚାରୀଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି । ସେଥିମଧ୍ୟରୁ 52 ଜଣ ପ୍ରଥମ ଶ୍ରେଣୀ

ଏବଂ 41 ଜଣ ଦ୍ୱିତୀୟ

ଶ୍ରେଣୀ ଅଧିକାରୀ ଅଛନ୍ତି । ଏହି ସମୟ ଭିତରେ 206 ଟି ମାମଲା ବିଚାର ଶେଷ ହୋଇଥିବା ବେଳେ 102 ଜଣ ଅଧିକାରୀଙ୍କୁ

ଦୋଷୀ ସାବ୍ୟସ୍ତ କରାଯାଇଛି ଓ 23 ଜଣ କର୍ମଚାରୀଙ୍କୁ

ଚାକିରୀରୁ ବହିଷ୍କୃତ କରାଯାଇଛି । ସେହିଭଳି ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଭିଜିଲାନ୍ସ ଚଢ଼ାଉ

ସମୟରେ 10 କୋଟି 27 ଲକ୍ଷ 21 ହଜାର 937 ନଗତ ଟଙ୍କା ଜବତ

ହୋଇଛି । ଏଥିସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ 4.76 କୋଟି ଟଙ୍କାର ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି

ଜବତ ହୋଇଛି । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande