ମାନବ କୈନ୍ଦ୍ରିକ ବିକାଶରେ ଦିନଦୟାଲଙ୍କ ଚିନ୍ତାଧାରାର ପ୍ରଭାବ ଶୀର୍ଷକ ସମ୍ପାନ
ସମ୍ବଲପୁର, ୨୮ ମାର୍ଚ୍ଚ (ହି.ସ.)- ସମ୍ବଲପୁରର ଅଗ୍ରଣୀ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଜିଏମୟୁ ସ୍ଥିତ ଦିନଦୟାଲ ଉପାଧ୍ୟାୟ ଲୋକନୀତି ଓ ପ୍ରଶାସନ କେନ୍ଦ୍ର ର ଅନୁକୁଲ୍ୟରେ ଓ ବିଦ୍ୟାଭାରତୀ ଉଚ୍ଚ ଶିକ୍ଷା ସଂସ୍ଥାନ ତଥା ଓଡ଼ିଶା ଗବେଷଣା କେନ୍ଦ୍ର ର ସହଯୋଗରେ ଭାରତରେ ମାନବ କୈନ୍ଦ୍ରିକ ବିକାଶ ଓ ଲୋକ
ମାନବ କୈନ୍ଦ୍ରିକ ବିକାଶରେ  ଦୀନଦୟାଲଙ୍କ ଚିନ୍ତାର ପ୍ରଭାବ ଶୀର୍ଷକ ସମ୍ପାନ


ସମ୍ବଲପୁର, ୨୮ ମାର୍ଚ୍ଚ (ହି.ସ.)- ସମ୍ବଲପୁରର ଅଗ୍ରଣୀ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ ଜିଏମୟୁ ସ୍ଥିତ ଦିନଦୟାଲ ଉପାଧ୍ୟାୟ ଲୋକନୀତି ଓ ପ୍ରଶାସନ କେନ୍ଦ୍ର ର ଅନୁକୁଲ୍ୟରେ ଓ ବିଦ୍ୟାଭାରତୀ ଉଚ୍ଚ ଶିକ୍ଷା ସଂସ୍ଥାନ ତଥା ଓଡ଼ିଶା ଗବେଷଣା କେନ୍ଦ୍ର ର ସହଯୋଗରେ ଭାରତରେ ମାନବ କୈନ୍ଦ୍ରିକ ବିକାଶ ଓ ଲୋକନୀତିରେ ଦୀନ ଦୟାଲଙ୍କ ଅନ୍ତଃଦୃଷ୍ଟିର ପ୍ରଭାବ ଶୀର୍ଷକ ଆଲୋଚନାଚକ୍ର ଉଦଘାଟିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟର କୁଳପତି ପ୍ର. ସୁଶାନ୍ତ କୁମାର ଦାଶଙ୍କ ସଭାପତିତ୍ଵ ଓ ଅଧ୍ୟାପିକା ଡ଼. ବନିତା ମହାନନ୍ଦିଆଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବରେ ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି କୁଲଦୀପ ଅଗ୍ନିହୋତ୍ରୀ ମୁଖ୍ୟ ଅତିଥି, ବିକଳ୍ପ ଆଜୀବିକା ଅଲ୍ଟରନେଟିଭ୍ସ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ବିତ ତ୍ରିପାଠି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ମାନବ କୈନ୍ଦ୍ରିକ ବିକାଶ ଓ ଲୋକନୀତିରେ ଦିନଦୟାଲ ଉପାଧ୍ୟାୟଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ ।

ଆଲୋଚନାଚକ୍ର ସଂଯୋଜକ ଡ଼. କେଶବ ଚନ୍ଦ୍ର ରଥ ଅତିଥି ପରିଚୟ ଓ ପିଜିସି ର ଅଧ୍ୟକ୍ଷ ଜ୍ଞାନରଞ୍ଜନ ସ୍ୱାଇଁ ଆଲୋଚନାଚକ୍ରର ମୁଖ୍ୟ ବିଷୟ ସମ୍ପର୍କରେ ସୂଚନା ଦେଇଥିଲେ। ଅର୍ଥନୀତି ବିଭାଗର ମୁଖ୍ୟ ଡ଼. ସୁରଜ କୁମାର ବୈଦିକ, ସିଣ୍ଡିକେଟ୍ ସଭ୍ୟ ତଥା ଗବେଷକ ଡ଼. ଡମ୍ବରୁ ଧର ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ସ୍ମରଣୀକା ଉନ୍ମୋଚିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande