ଜନଗଣନା ପାଇଁ ତିନିଦିନିଆ ପ୍ରଶିକ୍ଷଣ ଶିବିର
କେନ୍ଦ୍ରାପଡ଼ା,୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ତିନିଦିନିଆ ଜନଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ପ୍ରଶାସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ପୌରାଂଚଳରେ ଥିବା ହାଇସ୍କୁଲ୍, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ର
------ଜନଗଣନା ପାଇଁତିନିଦିନିଆ ପ୍ରଶିକ୍ଷଣଶିବିର ।


କେନ୍ଦ୍ରାପଡ଼ା,୨୮ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ତିନିଦିନିଆ ଜନଗଣନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରାପଡ଼ା ପ୍ରଶାସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ପୌରାଂଚଳରେ ଥିବା ହାଇସ୍କୁଲ୍, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଓ ମଦ୍ରାସାର ଶହଶହ ଶିକ୍ଷକ, ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ବିକାଶ କୁମାର ନାୟକ, ପୌରସଂସ୍ଥାର ବରିଷ୍ଠ କିରାଣୀ ମିଲି ବେହେରା ପ୍ରଶିକ୍ଷକ ଭାବେ ଯୋଗଦେଇ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଘରକୁ ଘର ବୁଲି ପାଇଥିବା ପ୍ରଶିକ୍ଷଣଗୁଡ଼ିକୁ ମୋବାଇଲ୍ ଆପ୍ ମାଧ୍ୟମରେ ପ୍ରୟୋଗ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମଟି ଗତ ୨୩.୦୩.୨୦୨୬ ଠାରୁ ଆରମ୍ଭ ହୋଇ ୨୫.୦୩.୨୦୨୬ ପର୍ଯ୍ୟନ୍ତ ଚାଲୁ ରହିଥିଲା। ଶେଷବ୍ୟାଚ୍ ୨୬.୦୩.୨୦୨୬ ଠାରୁ ଆରମ୍ଭ ହୋଇ ୨୮.୦୩.୨୦୨୬ରେ ଶେଷ ହୋଇଥିଲା। କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ପୌର ନିର୍ବାହୀ ଅଧିକାରୀ ଅଜିତ୍ ନାରାୟଣ ପ୍ରସାଦ ଗିରି ସମ୍ପୂର୍ଣ୍ଣ ତଦାରଖ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଜନଗଣନା ଅଧିକାରୀ ରଶ୍ମିରଂଜନ ମାଣିକ, ସହକାରୀ ଜିଲ୍ଲାପାଳ ସରୋଜ କୁମାର ବେହେରା, ନବକୃଷ୍ଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande