
ଭୁବନେଶ୍ୱର, 28 ମାର୍ଚ୍ଚ (ହି.ସ.)- ଦଶପଲ୍ଲା
ଦୁର୍ଘଟଣାକୁ ନେଇ ବିରୋଧୀ ଦଳ ନେତା ନବୀନଙ୍କ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ଏନେଇ
ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ନୟାଗଡ଼ରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟି
ଏକାଧିକ ଲୋକଙ୍କ ପ୍ରାଣହାନୀ ହେବା ସହ ଅନେକ ଆହତ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ।
ମୃତକଙ୍କ ଅମର ଆତ୍ମାର ସଦଗତି ସହ ଆହତଙ୍କ ଉତ୍ତମ ଚିକିତ୍ସା ଓ ଆଶୁଆରୋଗ୍ୟ କାମନା କରୁଛି। ଏପରି
ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା